-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
30-Jan-2022
କେନ୍ଦ୍ରାପଡା:- ଉତିପଣ ଆଖିରୋଗକୁ ଦୂର କରିବା ଲକ୍ଷ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଉତ୍କଳମଣି ଯୁବକ ସଂଘ ପକ୍ଷରୁ ଏବଂ ଭୂମିକା ଚକ୍ଷୁ ଡାକ୍ତରଖାନା ସହଯୋଗରେ ଏକ ବିନା ଦେୟ ଚକ୍ଷୁ ଯତ୍ନ ଶିବିର ଆୟୋଜନ କରାଯାଇଥିଲା। ଉତ୍କଳମଣି ଯୁବକ ସଂଘ ର ସମସ୍ତ ସଦସ୍ୟ ଓ ଜାତୀୟ ଯୁବ ସ୍ଵେଚ୍ଛାସେବୀ ଶ୍ରବଣ କୁମାର ବେହେରା ଙ୍କ ପ୍ରୟାସ ଦ୍ଵାରା ଏହା ସମ୍ଭବ ହୋଇ ପାରିଥିଲା।
ଏହି ଚକ୍ଷୁ ଯତ୍ନ ଶିବିର ରେ ୫୦ ରୁ ୧୦୦ ଲୋକ ଚକ୍ଷୁ ପରୀକ୍ଷା କରାଇଥିଲେ, ସେଥି ମଧ୍ୟରୁ ପାଖାପାଖି ୬୦ ଜଣଙ୍କୁ ମୋତିଆ ବିନ୍ଦୁ ଚିହ୍ନଟ କରାଯାଇ ସେମାନଙ୍କର ଅସ୍ତ୍ରପ୍ରଚାର କରାଯିବାକୁ କେନ୍ଦ୍ରାପଡ଼ା ସ୍ଥିତ ଭୂମିକା ଚକ୍ଷୁ ଡାକ୍ତରଖାନାକୁ ପଠାଯାଇଛି।
(, ସମୀର ରଞ୍ଜନ ନାଏକ)