-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
30-Jan-2022
ସୁବର୍ଣ୍ଣପୁର // ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ଶ୍ରୀ ରାମେଶ୍ୱର ଠାରେ ସ୍ୱଚ୍ଛତା ଅଭିଯାନ ଓ ଆଜାଦି କା ୭୫ତମ ଅମୃତ ମହୋତ୍ସବ ପାଳନ ଅବସରରେ ଆୟୁଷ ମନ୍ତ୍ରଣାଳୟ , ନେସନାଲ ଯୋଗାସନ ଫେଡେରେଶନ ୱାର୍ଲଡ ଯୋଗାସନ ଆସୋସିଆସନ ଅଫ ଇଣ୍ଡିଆନ ୟୁନିଭରସିଟି ଫିଟ ଇଣ୍ଡିଆ, ମିଶନ ର ଆହ୍ୱାନ କ୍ରମେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ରାମେଶ୍ବର ମନ୍ଦିର ପ୍ରାଙ୍ଗଣ ଠାରେ ସୂର୍ଯ୍ୟ ନମସ୍କାର ର ସାମୁହିକ ଅଭ୍ୟାସ ଅନୁଷ୍ଟିତ ହୋଇ ଯାଇଛି । ପ୍ରତି ବ୍ୟକ୍ତି ସୁସ୍ଥ ଓ ନିରାମୟ ଜୀବନ କାମନା ରେ ଏ ମହତ ପ୍ରୟାସ ସାରା ଦେଶରେ ଏବେ କରା ଯାଉଛି । ଏହି ଉପଲକ୍ଷେ ଆଜି ରାମେଶ୍ୱର ତ୍ରିବେଣୀ ସଙ୍ଗମ ଠାରେ ସଂଗଠନ ପକ୍ଷରୁ ଏକ ସଫେଇ ଅଭିଯାନ କରାଯାଇଥିଲା l ସଂଗଠନ ର ସଭାପତି ଶ୍ରୀ ଲଷ୍ମୀ ନାରାୟଣ ମେହେର ଙ୍କ ନିର୍ଦ୍ଧେଶ କ୍ରମେ ପ୍ରତିଷ୍ଠାତା ସଭ୍ୟ ସୟଦ ଅଲୀମୁଲ ଇସଲାମ, ଉପ ସଭା ନେତ୍ରୀ ଇନ୍ଦୁମତୀ ପୁରୋହିତ ଙ୍କ ନେତୃତ୍ୱ, ଓ ମନୋରଞ୍ଜନ
ତ୍ରିପାଠୀ, ମନୋଜ ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉଭୟ କାର୍ଯ୍ୟକ୍ରମ ରେ ଗରିବ ଲୋଇ, କୃଷ୍ଣ ଚନ୍ଦ୍ର ବିଶି, ରାମଚନ୍ଦ୍ର ଆଗ୍ରୱାଲା, ପ୍ରହଲ୍ଲାଦ ମିଶ୍ର, ପ୍ରମୋଦ ସାହୁ, ତରଣୀ ମେହେର, ଦିଲ୍ଲୀପ ଭୁକ୍ତା, ଗୋକୁଳ ଠାକୁର, ସିମାଞ୍ଚଳ ହୋତା, ଗୋପାଳ ମେହେର, ପ୍ରତାପ ଦାଶ, ନାରାୟଣ ରଥ, ତ୍ରିଲୋଚନ ତରିଆ, ଅମର ଭୁତ, ଜୟନାରାୟଣ ସାହୁ, ଜୟନ୍ତ ବେହେରା,କାନ୍ହୁ ସାହୁ, ପ୍ରମୋଦ ମାହାନା, ତନିଷା ଆଗ୍ରୱାଲା, ୟୋଗେସ ଆଗ୍ରୱାଲା, ପ୍ରମୁଖ ସମସ୍ତ ସକ୍ରିୟ ସଭ୍ୟ ଯୋଗଦାନ କରିଥିଲେ l