-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
13-Nov-2020
ଭୁବନେଶ୍ବର, (ପ୍ରେରଣା ଖବର) - ଏଣିକି ଅଧିକ ବ୍ୟବସ୍ଥିତ ଢଙ୍ଗରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ଅନଲାଇନ୍ ଶିକ୍ଷା। ରାଜ୍ୟରେ ଆଦର୍ଶ ଓ ଉତ୍କର୍ଷ ସ୍କୁଲରେ ଅନଲାଇନ ଶିକ୍ଷା ପାଇଁ ଟିସିଏସ୍ ସହ ଚୁକ୍ତି କରିଛନ୍ତି ରାଜ୍ୟ ସରକାର। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ TCS ମଧ୍ୟରେ MoU ସ୍ୱାକ୍ଷରିତ ହୋଇଛି। ଏହା କେବଳ ୨୧୪ଟି ଆଦର୍ଶ ବିଦ୍ୟାଳୟ ଏବଂ ୧୦୧ ଉତ୍କର୍ଷ ବିଦ୍ୟାଳୟରେ ଲାଗୁ ହେବ। ଏହା ଦ୍ୱାରା ଛାତ୍ରଛାତ୍ରୀ ଅଧିକ ଉପକୃତ ହୋଇ ପାରିବେ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ!!*