-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
28-Jan-2022
ବଲାଙ୍ଗିର,(ପ୍ରେରଣା ଖବର) ବଲାଙ୍ଗିର ଜିଲ୍ଲା ଯାଦବ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଯାଦବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଯାଦବ ସମାଜକୁ ନେଇ କିଛି ଅଣ ଓଡିଆ ଯାଦବ ଭୋଟ ହତେଇବା ପାଇଁ ଯାଦବ ସମାଜକୁ ନେଇ ନେତା ପାଲଟିଛନ୍ତି । ଜିଲ୍ଲା ଯାଦବ ମହାସଭା ଏହାକୁ ଘୋର ନିନ୍ଦା କରୁଛି । ଯାଦବ ସମାଜ ଏକ ସଂଗଠିତ ସଂଘ । ସବୁ ଦଳକୁ ସମର୍ଥନ କରି ଗଣତନ୍ତ୍ରକୁ ସମ୍ମାନ ଜଣାଏଁ । ଯାଦବ ପଶ୍ଚିମ ଓଡିଶା ବିକାଶ ପରିଷଦ ର ଚେୟାରମେନ ପରିଚୟ ଦେଇ ନେତା ପାଲଟୁଥିବା ଯାଦବ ସମାଜ ବିଭିନ୍ନ ସମୟରେ ବିଭିନ୍ନ ରାଜନୈତିକ ସଂଗଠନକୁ ଜଡିତ କରାଯାଉଛି । ଜଣେ ବାହାର ରାଜ୍ୟରୁ ଲୋକ ନିଜକୁ ଯାଦବ ବୋଲି ରାଜନିତି କରୁଥିବା ଯାଦବ ସମାଜର ଦୃଷ୍ଟି ଆକର୍ଷଣ ହୋଇଛି । ଜିଲ୍ଲା ଯାଦବ ମହାସଭା ଏ ନେଇ ଦୃଢକ୍ତି କରିଛି ଯେ ଯାଦବ ପଶ୍ଚିମ ଓଡିଶା ବିକାଶ ପରିଷଦର କୌଣସି ସଂଗଠନ ନାହିଁ । ବଳରାମ ସିଂ ନାମକ ଜଣେ ବ୍ୟକ୍ତି ଏ ଯାଏଁ ଯାଦବ ସମାଜର କୌଣସି ସଭ୍ୟ ମଧ୍ୟ ନାହିଁ । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରସାର ହୋଇଥିବାରୁ ଯାଦବ ସମାଜ ଏକ ପ୍ରେସ ବିବୃତି ଜଣାଇଛି ।