-+91-9937148622 |

prerana_bgr@rediffmail.com |

  Thursday 15th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||      *ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   (14-Oct-2026)       ||      ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ    (14-Oct-2026)       ||      ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   (14-Oct-2026)       ||      ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    (14-Oct-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   (14-Oct-2026)       ||      *ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   (14-Oct-2026)       ||      ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   (14-Oct-2026)       ||      ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   (14-Oct-2026)       ||      ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   (14-Oct-2026)       ||      ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   (14-Oct-2026)       ||      ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||     

HOME   ଜିଲ୍ଲା

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ନରସିଂହ- ଜିଲ୍ଲା ପରିଷଦ ପ୍ରାର୍ଥି ଶୁଭ୍ରାଂଶୁ ପଣ୍ଡାଙ୍କୁ ହାତ ଚିହ୍ନରେ ଭୋଟ ଦେବା ପାଇଁ କଲେ ନିବେଦନ

28-Jan-2022



ବଲାଙ୍ଗିର, (ପ୍ରେରଣା ଖବର)-ଆଜି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ଗସ୍ତ କରି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦୋମୁହାଁ ଜନବିରୋଧି ନୀତିକୁ ଜନମାନସରେ ଉଜାଗର କରିବା ସହ ଅଂଚଳରେ କୃଷି, ଜଳସେଚନ, ରାସ୍ତାଘାଟ , ଶିକ୍ଷାର ଉନ୍ନତି ତଥା ଯୁବକମାନଙ୍କୁ ରୋଜଗାରକ୍ଷମ ଓ ନାରୀ ସୁରକ୍ଷା ପାଇଁ ଜୋନ ୧୭ର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥି ଶୁଭ୍ରାଂଶୁ ପଣ୍ଡାଙ୍କୁ ବିପୁଳ ମାତ୍ରାରେ ଭୋଟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି ।  ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା ଓ ଜୋନ ୧୭ର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥି ଶୁଭ୍ରାଂଶୁ ପଣ୍ଡାଙ୍କ ସହିତ ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ସାଉଁନ୍ତପୁର,ପିପିର୍ଡା, ରାନିକଣ୍ଟା, ଅଙ୍କରିଆପଦର, ଜାମଗାଁ, ଲୁକାପଡା ଓ ବିଲେଇସର୍ଡା ଆଦି ଗ୍ରାମରେ ଘରଘର ବୁଲି ନିଜ ଜନସଂପର୍କ ଅଭୀଯାନରେ ବିଧାୟକ ଶ୍ରୀ ମିଶ୍ର  କହିଛନ୍ତି ଯେ, ପାଞ୍ଚ ବର୍ଷ ପରେ  ପୁଣି ଆପଣଙ୍କ ସମ୍ମୁଖରେ ପଞ୍ଚାୟତି ରାଜ ନିର୍ବାଚନ । ପାଞ୍ଚ ବର୍ଷ ପୂର୍ବରୁ ଆପଣ ଭୋଟ ଦେଇଥିଲେ ଆପଣମାନଙ୍କର ଅଞ୍ଚଳରେ କୃଷିର ଉନ୍ନତି, ରାସ୍ତାଘାଟର ଉନ୍ନତି, ଜଳସେଚନର ଉନ୍ନତି, ଶିକ୍ଷାର ଉନ୍ନତି ତଥା ଅଞ୍ଚଳର ଯୁବକମାନେ ବେରୋଜଗାରରୁ ମୁକ୍ତି ପାଇବା ସହ ଗାଁରେ ମା’ ଭଉଣୀଙ୍କ ସୁରକ୍ଷା ଠିକ୍ ହିସାବରେ ହୋଇ ପାରିବ ବୋଲି । କିନ୍ତୁ ସେହି ସବୁ ପ୍ରତିଶୃତି ଦେଇ କେନ୍ଦ୍ର ଓ ରାଜ୍ୟ ଶାସନରେ ଥିବା ଦଳର ନେତାମାନେ ଯେ ସମ୍ପୁର୍ଣ୍ଣ ଭାବେ ଫେଲ ମାରିଥିବା  ଆପଣମାନେ ହୃଦୟଙ୍ଗମ କରି  ସାରିଥିବେ । କୃଷକର ସ୍ୱାର୍ଥ ପାଇଁ କୁମ୍ଭିର କାନ୍ଦଣା କାନ୍ଦୁଥିବା ଉଭୟ ବିଜେପି ଓ ବିଜେଡି ଦଳ ଆମ ଅଂଚଳର ଚାଷୀଙ୍କ ଧାନର ସର୍ବନିମ୍ନ ମୁଲ୍ୟ ଦେବାର ଦୂରର କଥା କ୍ୱିଣ୍ଟାଲ ପିଛା ଧାନ କିଣିଲା ବେଳେ ୫ ରୁ ୧୦ କେଜି ପର୍ଯ୍ୟନ୍ତ କଟନି ଛଟନି କରୁଛନ୍ତି । ଜଳସେଚନ ନାଁରେ ଉଭୟ ସରକାର ଭୁଆଁ ବୁଲାଉଛନ୍ତି । ଶିକ୍ଷା ନା ରେ ଡିମ୍‌ଡିମ୍ ପିଟୁଥିବା ରାଜ୍ୟ ଓ କେନ୍ଦ୍ର ଆମ ଅଞ୍ଚଳରେ ଥିବା ସ୍କୁଲ କଲେଜମାନଙ୍କରେ ଶିକ୍ଷକ ଦେଇ ପାରୁନାହାନ୍ତି । ବର୍ଷକୁ ଦୁଇ କୋଟି ରୋଜଗାର ସୃଷ୍ଟି ମିଥ୍ୟା ପ୍ରତିଶୃତି ଯୋଗୁଁ ଆଜି ଆମ ଅଂଚଳର ଯୁବକମାନେ ହଜାର ହଜାର ସଂଖ୍ୟାରେ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ନାରୀ ସୁରକ୍ଷା ନ କହିବା ଭଲ । ଆମ ଜିଲ୍ଲାର ଝିଅ ମମିତା ମେହେର ହତ୍ୟାକାଣ୍ଡରେ ଖୋଦ୍ ସରକାରର ମନ୍ତ୍ରୀଙ୍କ ସଂପୃକ୍ତି ଅଛି । ତେଣୁ ଆଜି ଆମ ଅଞ୍ଚଳର ଛୋଟରୁ ବଡ ପର୍ଯ୍ୟନ୍ତ ଛାତ୍ର, ଯୁବକ, କୃଷକ, ଶ୍ରମିକ, ମା’ ଓ ଭଉଣୀମାନେ ପ୍ରତ୍ୟେକ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତାରଣା ଓ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ତାଛଡା ସରକାର ଆପଣଙ୍କ ସ୍ଥାନୀୟ ସମସ୍ୟାମାନଙ୍କର ମଧ୍ୟ ଏଯାଁଏ କୌଣସି ସମାଧାନ କରି ପାରି ନାହାନ୍ତି । ତେବେ ରାଜ୍ୟର ବିଜେଡି ଓ କେନ୍ଦ୍ରର ବିଜେପି ସରକାରର ଜନବିରୋଧି କାର୍ଯ୍ୟକଳାପର  ଜବାବ ଦେବାର ଏବେ ଉଚିତ ସମୟ ଆସିଛି ।  କେନ୍ଦ୍ରରେ ଥିବା ଭାରତୀୟ ଜନତା ପାର୍ଟି ତଥା ରାଜ୍ୟରେ ଥିବା ବିଜୁ ଜନତା ଦଳର ନେତାମାନଙ୍କ ମିଥ୍ୟା ପ୍ରତିଶୃତି ପ୍ରତ୍ୟାକ୍ଷାନ କରି ୧୭ ନଂ ଜୋନ କଂଗ୍ରେସ ଦଳର ଜିଲ୍ଲା ପରିଷଦ ପ୍ରାର୍ଥି ଶୁଭ୍ରାଂଶୁ ପଣ୍ଡା ଙ୍କୁହାତ ଚିହ୍ନରେ ଭୋଟ ଦେଇ ତାଙ୍କୁ ବିଜୟୀ କରାନ୍ତୁ ।   
 


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   14-Oct-2026
  ଜିଲ୍ଲା  
ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   14-Oct-2026
  ଜିଲ୍ଲା  
*ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   14-Oct-2026
  ଜିଲ୍ଲା  
୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ   14-Oct-2026
  ଜିଲ୍ଲା  
ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   14-Oct-2026
  ଜିଲ୍ଲା  
ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    14-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   14-Oct-2026
  ଜିଲ୍ଲା  
*ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   14-Oct-2026
  ଜିଲ୍ଲା  
ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   14-Oct-2026
  ଜିଲ୍ଲା  
ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   14-Oct-2026
ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   14-Oct-2026
  ଜିଲ୍ଲା  
ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   14-Oct-2026

You Might Also Like