-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
26-Jan-2022
ପଦ୍ମପୁର:-ସୋଢା ଗ୍ରାମ ସ୍ଥିତ ପାପାଦମ ପ୍ରିମିୟର ଲିଗ୍ ଆନୁକୂଲ୍ୟରେ ଆଜି ତିନିଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି lଏହି ଟୁର୍ଣ୍ଣାମେଣ୍ଟ କୁ ପାଇକମାଲ ବ୍ଳକ ଅଧ୍ୟକ୍ଷ ଅଲତାପ ମହମ୍ମଦ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ଖେଳାଳି ତଥା ଆୟୋଜନ ମାନଙ୍କୁ ଉତ୍ସାହିତ କରିଥିଲେ lସମ୍ମାନୀତ ଅତିଥି ଭାବେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଟେମେରି ଗ୍ରାମପଞ୍ଚାୟତ ର ଆଶାୟୀ ସରପଞ୍ଚ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିବା ଶ୍ରୀମାନ ଦିଲ୍ଲିପ କୁମାର ବେହେରା ଯୋଗଦେଇ କ୍ରିକେଟ ମ୍ୟାଚ୍ ର ତାତ୍ପର୍ଯ୍ୟ ସମ୍ପର୍କ ସୂଚନା ପ୍ରଦାନ କରିଥିଲେ lଉଦଘାଟନୀ ମ୍ୟାଚ ଟି ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହୁଲପାଲି ବୁଢାରାଜା କ୍ରିକେଟ କ୍ଳବ ସହ କେଛୋଦାଦର
ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାରୁତି ସ୍ପୋଟିଙ୍ଗ ଛେଲିଆମାଲ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଛେଲିଆମାଲ ଦଳ ପ୍ରଥମେ ବେଟିଙ୍ଗ କରି ୮୨ ରନ ର ଲକ୍ଷ ହାସଲ କରି ମହୁଲପାଲି ଦଳ କୁ ୩୮ ରନ ରେ ପରାସ୍ତ କରି ବିଜୟୀ ଘୋଷିତ ହୋଇଥିଲେ lଆସନ୍ତାକାଲି ସୋଢା ,ପ୍ରେଜରପୁର,ପଲସେନ,ଟେମେରି, ଲହଙ୍ଗୀର ଏବଂ ଖୁର୍ସାପାଲି କ୍ରିକେଟ ଦଳ ମଧ୍ୟରେ ରୋଚକ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜନ ମାନଙ୍କ ଠାରୁ ପ୍ରକାଶ ।