-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
26-Jan-2022
ଭବାନୀପାଟଣା(ସଞ୍ଜିବ ଦାସ) ଆଜି ଭବାନୀପାଟଣା ସ୍ଥିତ ଲାଲ୍ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସକାଳ ଘ ୮.୩୦ମି ସମୟରେ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଜନତା ଙ୍କୁ ଉଦବୋଧନ ଦେଇଥିଲେ।ଏହି ଅବସରରେ ପ୍ରାତଃ ଘ ୫.୦୦ ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଦ୍ଵାରା ରାମ୍ ଧୁନ ପରିବେଷଣ, ସକାଳ ଘ ୭.୦୦ ସମୟରେ ସହରର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ମହାପୁରୁଷ ପ୍ରତିମୂର୍ତ୍ତି ଙ୍କ ଠାରେ ପୁଷ୍ପମାଲ୍ୟ ଅର୍ପଣ, ସକାଳ ଘ୭.୩୦ ମି ସମୟରେ ସହରର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ସମ୍ବିଧାନକୁ ସୁରକ୍ଷା ଓ ଗଣତନ୍ତ୍ର ର ବିକାଶ ପାଇଁ ସମସ୍ତେ ନିଜ ନିଜ କ୍ଷେତ୍ରରେ ଦେଶ ପାଇଁ ନିଜ ଦାୟିତ୍ଵ ତୁଲାଇ ଦେଶକୁ ଆଗେଇ ନେବାକୁ ଆହ୍ବାନ କଲେ।
ଗତ ତା ୧୧.୧.୨୦୨୨ ରିଖ ରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଅନୁଯାୟୀ କୋଭିଡ ନିୟମ ପାଳନ ପୂର୍ବକ ସୀମିତ ସଂଖ୍ୟକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ପ୍ୟାରେଡ ପଡିଆରେ ପୋଲିସ ସଶସ୍ତ୍ର ବାହିନୀ, ହୋମଗାର୍ଡ ଓ ପୋଲିସ ବାଦକ ଦଳ ଉପସ୍ଥିତ ଥିଲେ। ସ୍ବାସ୍ଥ୍ୟ ବିଭାଗ, ପୌର ପରିଷଦ ଓ ପୋଲିସ ବିଭାଗରୁ ୩୦ ଜଣ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା। ଗତ ୧୮.୧.୨୦୨୨ ତାରିଖରେ ଅନୁଷ୍ଠିତ ହାଇସ୍କୁଲ ଓ କଲେଜସ୍ତର ଅନ୍ ଲାଇନ୍ ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତାରେ ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ ।ସେଭଳି ଜୟ ପ୍ରକାଶ ନାରାୟଣ ସେବା ଅନୁଷ୍ଠାନ ଓ ସେୱା ଅନୁଷ୍ଠାନ ତରଫରୁ ଡାକ୍ତରଖାନା ର ଶିଶୁ ୱାର୍ଡ଼ ଓ ଜେନେରାଲ ୱାର୍ଡ଼ ରେ ଫଳ/ ବିସ୍କୁଟ ଓ ମିଷ୍ଟାନ୍ନ ବିତରଣ କରାଯାଇଥିଲା।ରୋଟାରୀ କ୍ଲବ ଦ୍ଵାରା ଶିଶୁ ଭାରତୀ ଅନାଥା ଶ୍ରମରେ ଫଳ ବଣ୍ଟନ ସହ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ରେଡକ୍ରସ୍ ଦିବ୍ୟାଙ୍ଗ ଦୃଷ୍ଟିହୀନ ଓ ମୁକ ବଧିର ବିଦ୍ୟାଳୟ ଠାରେ ଫଳଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଜିଲ୍ଲା କାରାଗାର ଠାରେ ଅନ୍ତେବାସୀ ମାନଙ୍କୁ ଯୋଗାଣ ବିଭାଗ ଦ୍ଵାରା ଫଳ ଓ ବିସ୍କୁଟ ବଣ୍ଟନ ହୋଇଥିଲା। ପଡିଆ ରେ ପ୍ରମୁଖ ବିଭାଗୀୟ ଅଧିକାରୀ, କୋଭିଡ ଯୋଦ୍ଧା ଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋଜ ବେହେରା ଉତ୍ସବ ପରିଚାଳନା ସହ ସଞ୍ଚାଳନ କରିଥିଲେ।