-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
21-Jan-2022
ନୂଆଦିଲ୍ଲୀ(ପ୍ରେରଣା ଖବର ବ୍ୟୁରୋ) : ଦେଶରେ ଦିନକରେ ୭୦୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୮ ହଜାର ୩୯୬କୁ ବୃଦ୍ଧି ପାଇଛି । ତେବେ ଆକ୍ଟିଭ୍ କେସ୍ ୨୦ ଲକ୍ଷ ୧୮ ହଜାର ୮୨୫ ରହିଛି । ଅନ୍ୟପଟେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୫୧ ହଜାର ୭୭୭ ଜଣ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ ସୁସ୍ଥ ହେଲେଣି ୩,୬୦,୫୮,୮୦୬ ଜଣ ସଂକ୍ରମିତ । ସେହିପରି ଦିନକରେ ମୃତ୍ୟୁ ସଂଖ୍ୟା ଅଧିକ ରହିଥିବା ବେଳେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୩ ଲକ୍ଷ ୪୭ହଜାର ୩୫୪ । ଦୈନିକ ପଜିଟିଭ୍ ହାର ୧୭.୯୪% ରହିଛି । ସାପ୍ତାହିକ ପଜିଟିଭ୍ ରେଟ୍ ୧୬.୫୬ ପ୍ରତିଶତ ରହିଛି ।