-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
21-Jan-2022
ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ବରିଷ୍ଠ ସମାଜସେବୀ ସ୍ବର୍ଗତ ଜଗଦୀଶ ପ୍ରସାଦ ଜୈନଙ୍କ ଦ୍ୱାରା ନବନିର୍ମିତ ସ୍ଥାନୀୟ ମାଁ ଦ୍ୱାରସେହ୍ନି ମନ୍ଦିର ର ଆକର୍ଷିତ ପ୍ରବେଶ ଦ୍ଵାରର ଆଜି ଉଦଘାଟିତ ହୋଇଯାଇଛି । ସ୍ବର୍ଗତ ଶ୍ରୀ ଜୈନଙ୍କ ଧର୍ମପତ୍ନୀ ରାମକଲି ଦେବୀ ଜୈନ ଙ୍କ କରକମଲରେ ଉକ୍ତ ପ୍ରବେଶ ଦ୍ଵାରର ଫିତା କାଟି ଶୁଭ ଉଦଘାଟନ
କରାଯାଇଥିଲା । ବରିଷ୍ଠ ପଣ୍ଡିତ କାର୍ତ୍ତିକ ତ୍ରିପାଠୀ ଯୋଗଦେଇ ପୂଜା କାର୍ଯ୍ୟ ସମ୍ପାଦିତ କରିଥିବା ବେଳେ ସୁବାଷ ଜୈନ ଓ ତାଙ୍କ ପତ୍ନୀ ଶୋଭା ଜୈନ କର୍ତ୍ତା ଦାୟିତ୍ବ ତୁଲାଇଥିଲେ । ଏହି ଅବସରରେ ମନ୍ଦିର ପୂଜାରୀ କେଚକେଚା ଥନାପତି , ଦିହାରି ବିକ୍ରମ ଥନାପତି , ବିଦୁ ଛତ୍ରୀଆ , ମୁରଲୀ ତ୍ରିପାଠୀ , ଅନ୍ୟାନ୍ୟ ସେବାୟତ , ଭକ୍ତଗଣ ଲାଲ ବାହାଦୂର ଜୈନ , ଗୁଲଜାରୀ ଜୈନ , ଶୁଭମ ଜୈନ , ଶିବମ ଜୈନ , ମୁଦିତ ଜୈନ , ଲେଖୁ ଜୈନ , ସ୍ମୃତି ଜୈନ , ସୋନୁ ଜୈନ , ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ମନ୍ଦିରରେ ଭୋଗ ପ୍ରସାଦ ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା ।