-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
16-Jan-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଳକର ପୁଝାରୀପାଲି ଗାଁ ରେ ଶିକ୍ଷକ ସୁବାସ ଚନ୍ଦ୍ର ସାହୁଙ୍କର ଫୁଷପୁନି ତିହାରରେ ଏକ ନିଆରା ଢ଼ଂଗରେ ପାଳନ କରିଛନ୍ତି। କରୋନା ତୃତୀୟ ଲହର ହେଲେ ସୁଦ୍ଧା ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ମହାନ ପର୍ବ ଫୁଷପୁନି ଅଟେ ।ଏହି ଅବସରରେ ଶ୍ରୀଯୁକ୍ତ ସାହୁ ଗାଁ ର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଫୁଷପୁନି ବିଷୟରେ ସାମାଜିକ ଦୂରତା ରେ ରହି,ହାତ ରେ ସାନିଟ୍ରାଇଜର ମାରି, ଖାତା ,କଲମ,ମାସ୍କ,କମ୍ପାକ୍ସ ବକ୍ସ ଆଦି ବଣ୍ଟନ କରି ଛାତ୍ର ଛାତ୍ରୀ ମାନଙ୍କୁ ଘରେ ରହି ଏହି ଲକଡାଉନ ସମୟରେ ପାଠ ପଢିବା ପାଇଁ ପ୍ରେରଣା ଦେଉଛନ୍ତି। ବାସ୍ତବରେ ଶିକ୍ଷକ ଶ୍ରୀମାନ ସାହୁ ଙ୍କ ଏହି ନିଆରା ପ୍ରୟାସ ଅଭିଭାବକ ମାନଙ୍କୁ ବେଶ ଉତ୍ସାହିତ କରିବ ବୋଲି ମନେ ହୁଏ