-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
16-Jan-2022
ଗଞ୍ଜାମ(ଭଗବାନ ପାଢୀ) : ଗୋରୁ ବୋଝେଇ ପିକଅପ ଭେନ କୁ ଅଟକ ରଖିଲେ ଗ୍ରାମବାସୀ l ଗଞ୍ଜାମ ଜିଲ୍ଲା ଆସିକା ଥାନା ଆଲିପୁର ପଥରା ଗବନଳା ନିକଟ ରେ ଆଜି ସକାଳୁ ସକାଳୁ ଗୋ ଚାଲାଣ ବେଳେ ଗୋରୁ ବୋଝେଇ ପିକଅପ ଭେନ ନଂ ଓଡି ୦୨ ବିଏନ ୮୩୧୯ ଅଟକ ରଖିଛନ୍ତି ଗ୍ରାମବାସୀ l ପିକଅପ ଭେନ ଟିରେ ୮ ଟି ଗୋରୁ ଲଦି ଗୋକୋର୍ଣ୍ଣପୁର ରୁ ଆନ୍ଧ୍ରପ୍ରଦେଶ କୁ ଚାଲାଣ କରୁଥିଲେ ବେପାରୀ l ଅଞ୍ଚଳରେ ପୂର୍ବରୁ ମଧ୍ୟ ଏହି ଭଳି ଅବାଧରେ ଗୋଚାଲାଣ କରି ମାନେ ଗୋଚାଲାଣ କରୁଥିବା ବେଳେ ଆଜି ଗ୍ରାମବାସୀ ଏମାନ ଙ୍କୁ ଧରିବାରେ ସଫଳ ହୋଇଛନ୍ତି l ସେପଟେ ଖବର ପାଇ ଘଟଣା ସ୍ଥଳରେ ଆସିକା ପୋଲିସ ପହଞ୍ଚି ପିକଅପ ଭେନ କୁ ଜବତ କରିବା ସହିତ ଦୁଇ ବେପାରୀ କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି l