-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
12-Jan-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ରେଙ୍ଗାଲପତ୍ରା ଠାରେ ୫ମ ବୁଢ଼ାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଯୋଖିପାଲି ଦଳ ଚମ୍ପିୟାନ ହୋଇଥିବା ବେଳେ ପୁଡ଼ାପଦର ଦଳ ରନର୍ସ ଅପ ହୋଇଥିଲେ ।୫ ଓଭର ବିଶିଷ୍ଟ ଫାଇନାଲ ମ୍ୟାଚରେ ଯୋଖିପାଲି ଦଳ ବ୍ୟାଟିଂ କରି ୪୭ ରନ ସଂଗ୍ରହ କରିଥିଲେ ଯାହାର ଜବାବରେ ପୁଡ଼ାପଦର ଦଳ ୪୦ ରନ କରିବାରେ ସକ୍ଷମ ହୋଇଥିଲେ ।ଯୋଖିପାଲି କ୍ରିକେଟ ଦଳ ପକ୍ଷରୁ ଗଣେଷ ନାଏକ ସର୍ବାଧିକ ରନ ସଂଗ୍ରହ କରିଥିଲେ ଏବଂ ହମିଦ ଚନ୍ଦ୍ର ମହାପାତ୍ର ଶେଷ ଓଭରରେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୪ ଟି ଉଇକେଟ ନେଇଥିଲେ ।ଏଠାରେ ସୂଚନାଯୋଗ୍ୟ ଯେ ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୮ ଟି ଦଳ ଭାଗ ନେଇଥିଲେ ।ଯୋଖିପାଲି ଦଳ ପ୍ରଥମ ମ୍ୟାଚରେ ଭଟିଗାଁ ଦଳକୁ ଭେଟିଥିଲେ ଏବଂ ବିଜୟୀ ହେବାପରେ ଚାରପାଲି ଦଳ ସହ ସେମିଫାଇନାଲ ଖେଳି ଜିତିଥିଲେ ।ଯୋଖିପାଲି ଦଳ ଫାଇନାଲରେ ବିଜୟୀ ହେବା ପରେ ରେଙ୍ଗାଲପତ୍ରା ଗ୍ରାମ ତରଫରୁ ଅଧିନାୟକ ଅଶ୍ୱିନୀ କୁମାର ଦାସ ଏବଂ ଯୋଗେନ୍ଦ୍ର ସାହୁଙ୍କୁ ନଗଦ ୩ ହଜାର ଟଙ୍କା ପୁରସ୍କାର ରାଶି
ପ୍ରଦାନ କରାଯାଇଥିଲା । ଯୋଖିପାଲି ଦଳ ଲଗାତାର ଭାବରେ ଭଲ ପ୍ରଦର୍ଶନ କରି ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେଉଥିବା ଯୋଗୁଁ ଖେଳାଳୀ ମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଉଛି।