-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
12-Jan-2022
ବଲାଙ୍ଗୀର, ବଲାଙ୍ଗୀର ଜିଲ୍ଲାରେ ବର୍ତ୍ତମାନ କରୋନା ସଂକ୍ରମଣ ଉପରମୁହାଁ ହୋଇଥିବା ବେଳେ କରୋନାର ତୃତୀୟ ଲହରକୁ ସଫଳ ମୁକାବିଲା କରିବା ପାଇଁ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ବୋଲି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଜିଲ୍ଲାବାସଦୀଙ୍କଦ୍ଦନ୍ତ୍ରେଶ୍ୟରେ ନିଜର ମାସିକ ଭିଡିଓ ବାର୍ତ୍ତାରେ କହିଛନ୍ତି । ଜିଲ୍ଲାରେ ପ୍ରତିଦିନ ୨୫ ଶହ ଟେଷ୍ଟ କରାଯାଉଛି । ଛୁଆ ମାନଙ୍କ ପାଇଁ ଭେକ୍ସିନେସନ ଆରମ୍ଭ ହୋଇଯାଇଛି । ତେଣୁ ସମସ୍ତେଟୀକା ନେବା ପାଇଁ ଜିଲ୍ଲାପାଳ ଶ୍ରୀ ରାଣା ଅନୁରୋଧ କରିଛନ୍ତି । ସମସ୍ତ କୋଭିଡ ୱାର୍ଡ ଓକ୍ସିଜେନ ସିଲିଣ୍ଡର ସହ କନେକ୍ଟ ଅଛି ବୋଲି ଶ୍ରୀ ରାଣା କହିଛନ୍ତି । କୋଭିଡ ପେଟେଣ୍ଟ ପାଇଁ ସବୁ ପ୍ରକାର ସୁବିଧା ଭୀମ ଭୋଇ ମେଡିକାଲରେ ଉପଲବ୍ଧ ରହିଛି ବୋଲି ଶ୍ରୀ ରାଣା କହିଛନ୍ତି । ପ୍ରତ୍ୟେକ ବ୍ଲକରେ କୋଭିଡ ଏମ୍ବୁଲେନ୍ସ ରହିଥିବା ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋଭିଡ କଂଟ୍ରୋଲ ରୁମ ଖୋଲାଯାଇଥିବା ଶ୍ରୀ ରାଣା କହିବା ସହ ସମସ୍ତେ ଏସ୍ଆରସି୍ ଗାଇଡଲାଇନକୁ ପାଳନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ସମସ୍ତେ ସତର୍କ ରହୁନ୍ ଓ ସୁସ୍ଥ ରହୁନ ବୋଲି ଜିଲ୍ଲାପାଳ ଶ୍ରୀ ରାଣା ନିଜ ଭିଡିଓ ବାର୍ତ୍ତାରେ କହିଛନ୍ତି ।