-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
12-Jan-2022
ପାଟଣାଗଡ଼/ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ଗରିବ ନିରିହ ଲୋକଙ୍କୁ ରହିବା ପାଇଁ ଆବାସ ଗୃହ ପ୍ରଦାନ କରୁଛନ୍ତି। କିନ୍ତୁ ପ୍ରଶାସନିକ ଅଧିକାରୀ ଙ୍କ ଅବହେଳା ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ସେହି ସୁବିଧା ରୁ ବଞ୍ଚିତ ରହୁଥିବା ବେଳେ ଗୃହ ଟିକିଏ ପାଇବାକୁ ପଞ୍ଚାୟତ ଅଧିକାରୀ ମାନଙ୍କୁ ହାତଗୁଞ୍ଜା ଦେବାକୁ ପଡିଥାଏ । ବେଳେ ବେଳେ ଘର ପାଇ ନିଜେ ନିର୍ମାଣ କରିବାକୁ ଅସମର୍ଥ ହୋଇ ଥିବାରୁ ଠିକାଦାର ମାନଙ୍କ ହାତକୁ ଟେକି ଦେଇଥାନ୍ତି। କିନ୍ତୁ ସେହି ଠିକାଦାର ମାନେ ସରଳ ନୀରିହ ଲୋକଙ୍କ ପାଖରୁ କିସ୍ତି ଅର୍ଥ ନେଇ ଘର କାର୍ଯ୍ୟ ଅସମ୍ପୂର୍ଣ୍ଣ କରି ଚମ୍ପଟ ମାରିଦେଇ ଥିବା ବହୁ ଜାଗାରେ ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ ଯେ ପାଟଣାଗଡ଼ ବ୍ଳକ ସୁନାମୁଦି ପଞ୍ଚାୟତ ସୁନାମୁଦି ଗାଁ ର ବେଟିଖାଇ ଧରୁଆ ୩ ବର୍ଷ ତଳେ ଆବାସ ଯୋଜନାରେ ଏକ ଘର ପାଇଥିଲେ।ସେ ଜଣେ ବିଧବା ଆଦିବାସୀ ମହିଳା ହୋଇଥିବା ବେଳେ ତାଙ୍କ ପୁଅ ହର ଧରୁଆ ଙ୍କ ମୃତ୍ୟୁ ହୋଇଯାଇଛି।ସେ ନିଜ ହାତରେ
ଘର ନିର୍ମାଣ କରିବା ଅସମର୍ଥ ଥିବାରୁ ତାଙ୍କ ସୁନାମୁଦି ପଞ୍ଚାୟତ ଗାଈଡୁମେର ଗାଁ ର ଠିକାଦାର କରୁଣାକର ଠାକୁର ଙ୍କୁ ନିର୍ମାଣ କରିବାକୁ ଦେଇଥିଲେ। ପ୍ରଥମ କିସ୍ତି ୨୦୦୦୦ ଓ ଦ୍ବିତୀୟ କିସ୍ତି ୩୫୦୦୦ ଏବଂ ୩ କିସ୍ତି ୪୫୦୦୦ ଟଙ୍କା ଉଠାଣ କରି ଠିକାଦାର କୁ ଦେଇଥିବା ବେଳେ ଠିକାଦାର ଜଣକ ଛାତ ପର୍ଯ୍ୟନ୍ତ ନିର୍ମାଣ କରି ଆଜି ଗଢିବା କାଲି ଗଢିବା କହି ୩ ବର୍ଷ ବିତାଇଦେଲାଣି ।ଆଉ ଠିକାଦାର ଜଣକ କୁଆଡେ ଯାଇଛି ଯେ ତା'ର ଦେଖାଦର୍ଶନ ନାହିଁ ବୋଲି ଆଦିବାସୀ ବିଧବା ମହିଳା ଜଣକ ଆମ ପ୍ରତିନିଧି ଆଗରେ କୋହଭରା କଣ୍ଠରେ କହିଛନ୍ତି।ବେଟିଖାଇ , ବୋହୂ ସାବିତ୍ରୀ ଧରୁଆ ଙ୍କ ଦୁଇ କୁନି କୁନି ପୁଅଝିଅ ଙ୍କୁ ଧରି ଭଙ୍ଗା କୋଠରୀ ଦିନ କାଟୁଛନ୍ତି। ଏଥିପ୍ରତି ପାଟଣାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହୋଦୟ ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ କରି ସୁବ୍ୟବସ୍ଥା କରନ୍ତୁ ବୋଲି ହିତାଧିକାରୀ ନିବେଦନ କରିଛନ୍ତି।