-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
12-Jan-2022
ସୁବର୍ଣ୍ଣପୁର//କରୋନର ତୃତୀୟ ଲହରକୁ ପ୍ରତିହତ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସମୁଚିତ ପଦକ୍ଷେପ ଗ୍ରହଣ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ୩୫୩ ଟି ଏକ୍ଟିଭ କେସ ଚିହ୍ନଟ ହେଇଥିବା ବେଳେ ୩୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତକାଲି ୧୮୫୦ ଟି ସାମ୍ପଲ ଟେଷ୍ଟ କରାଯାଇଥିବା ବେଳେ ୩୬୯୩ ଜଣକୁ କରୋନ ଟୀକା ଦିଆଯାଇଛି । ଜିଲ୍ଲାରେ ତୃତୀୟ ଲହରରେ ମୃତ୍ୟୁ ଚିହ୍ନଟ ହୋଇନଥିବା ଏବଂ ସାମୁହିକ ରିକଭରୀ ହାର ୯୬.୭୬ ପ୍ରତିଶତ ରହିଛି । ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ଜିଲ୍ଲାପ୍ରଶାସନ ର ବରିଷ୍ଠ ପଦଧିକାରୀ ଙ୍କୁ ହୋମ ଆଇସୋଲେସନ ରେ ଥିବା କୋଭିଡ ରୋଗୀ ମାନଙ୍କ ସହିତ ପ୍ରତ୍ୟକ୍ଷ ଯୋଗାଯୋଗ ରଖି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ଦିଗରେ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏହି କ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ଦାସ, ତରଭା ବ୍ଲକ ପରିଦର୍ଶନ କରି ତହସିଲଦାର, ବିଡିଓ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ ଏ ସି, ତରଭା ଙ୍କ ସହିତ ଆଲୋଚନା କରି କୋଭିଡ ପରିସ୍ଥିତିର ସମୀକ୍ଷା କରିଥିଲେ ଏବଂ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ପରାମର୍ଶ ଦେବାସହ ହୋମ ଆଇସୋଲେସନ ରେ ଥିବା ରୋଗୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ସେହିପରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ, ସୋନପୁର ବ୍ଲକ ର କୋଭିଡ ପରିସ୍ଥିତି ସମୀକ୍ଷା କରି ବିଡିଓ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ, ସୋନପୁର ମ୍ୟୁନିସିପାଲିଟି ଙ୍କ ସହ କୋଭିଡ କୁ ପ୍ରତିହତ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ସମଗ୍ର ଜିଲ୍ଲାର ବିଭିନ୍ନ ବ୍ଲକରେ ରେପୀଡ ରେସ୍ପୋନ ଟିମ ର ଡାକ୍ତରି ଦଳ ଓ ସ୍ୱାସ୍ଥ୍ୟ କର୍ମୀ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ହୋମ ଆଇସୋଲେସନ ରେ ଥିବା କୋଭିଡ ରୋଗୀମାନଙ୍କୁ ଆଇସୋଲେସନ କୀଟ ବିତରଣ ପୂର୍ବକ ସେମାନଙ୍କ ପ୍ରତକ୍ଷ ସମ୍ପର୍କରେ ଆସି ସେମାନଙ୍କୁ ସେମାନଙ୍କର ମନୋବଳ ବୃଦ୍ଧି କରୁଛନ୍ତି । ଜିଲ୍ଲା ପ୍ରଶାସନ ପ୍ରତୀଟି କେସ ଉପରେ ନଜର ରଖିଛି ଏବଂ ଜିଲ୍ଲାରେ କରୋନା ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ସଂପୂର୍ଣ୍ଣ ପ୍ରୟାସ ଜାରି ରହିଛି l