-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
12-Jan-2022
ସୁବର୍ଣ୍ଣପୁର ଜିଲ୍ଳା ଚଢେଇପଙ୍କ ବାବା ମଠ ଠାରେ ଥିବା ବିର୍ଶାମୁଣ୍ଡା ସ୍ବୟଂ ସହାୟକ ଗୋଷ୍ଠୀର ବୈମାତୃକ ମନୋଭାବ ଯୋଗୁଁ ସେଠିକାର ସ୍ଥାନୀୟ ଚାଷୀ ହତାଶ ହୋଇପଡ଼ିଛନ୍ତି।
ଏଠାରେ ଚାଷୀଙ୍କ ପାଇଁ ଏସ ଏଚ ଜି ଓ ପ୍ରଶାସନ ର ବ୍ୟବସ୍ଥା ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ବାଉଁଶରେ ତିଆରି ହୋଇଛି ତମ୍ବୁ କିନ୍ତୁ ଛପର ନାହିଁ । ଲକ୍ଷ ଲକ୍ଷ ଟଙ୍କା ଆସୁଛି ହେଲେ ସବୁ ସୁବିଧାରୁ ଚାଷୀ ବଞ୍ଚିତ ହେଉଥିବା ଏ ହେଉଛି ତାର ନଗ୍ନ ଚିତ୍ର । ଖୋଲା ଆକାଶ ତଳେ ଥିବା ଚାଷୀଙ୍କ ଧାନ ସବୁ ନଷ୍ଟ ହେବାରେ ଲାଗିଲାଣି । ଗତ ୨୯ ତାରିଖରେ କୁଆପଥର ବର୍ଷାରେ ମଧ୍ୟ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡିରହିଥିଲା । ସ୍ବୟଂ ସହାୟକ ଗୋଷ୍ଠୀ ଓ ପ୍ରଶାସନର ତରଫରୁ କୌଣସି ପ୍ରକାର ସୁବ୍ୟବସ୍ଥା କି ସାହାଯ୍ୟ କରିନଥିବା ଚାଷୀ ପ୍ରକାଶ କରିଛନ୍ତି । ଚାଷୀଙ୍କ କଥା ଶୁଣିବେ ଯଦି ଅବାକ୍ ହୋଇଯିବେ ଗତ ୧୬ ତାରିଖରେ ଟୋକନ୍ ପାଇଥିବା ଚାଷୀଙ୍କ ଧାନ କାଦୁଅ ପଡିଆରେ ପଡିରହିଛି ଉଠିନାହିଁ କିନ୍ତୁ ପଛରେ ଆଣିଥିବା ଧାନ ଉଠିସାରିଲାଣି । ଖୋଲା ଆକାଶରେ ତଳରେ ରଖିଥିବା ନିରୀହ ଚାଷୀ ମାନଙ୍କ ପେଟକୁ ଲାତ ମାରୁଥିବା ବିର୍ଶାମୁଣ୍ଡା ସ୍ବୟଂ ସହାୟକ ଗୋଷ୍ଠୀ ଏ ହେଉଛି ତାର ନଗ୍ନ ଚିତ୍ର । ଏସ ଏଚ ଜି ତାଙ୍କର ସମ୍ପର୍କୀୟ ମାନଙ୍କୁ ଆଗେ ପ୍ରାଧାନ୍ୟ ଦେଉଛନ୍ତି ବୋଲି ନିରୀହ ଚାଷୀ କହୁଛନ୍ତି । ଆହୁରି ମଧ୍ୟ ଅନେକ ଅଭିଯୋଗ ଆଣିଛନ୍ତି ଯେମିତି କି ୧.୧. ୧/୨ କିଲୋ ଲେଖାଏଁ କଟାହେବାର ସହ ଅଧା କିଲୋ ଲେଖାଏଁ ବସ୍ତା ପିଛା କଟାହେଉଛି। ଆଜି ଜଣେ ମିଡ଼ିଆ ଯାଇ ଏସ ଏଚ ଜି ର ସଭାପତି ସଂପାଦକଙ୍କୁ ପଚାରିଲେ ଯେ, ସଂପାଦକ ସଭାପତି କହିଲେ ଆମ ଏଠୁ ଆଜି ପର୍ଯ୍ୟନ୍ତ ୧୪ ହଜାର କୁଇଣ୍ଟାଲ ଧାନ ଉଠିସାରିଲାଣି, ହେଲେ ସଂପାଦକ ସଭାପତି ପାଖରେ ତାର କୌଣସି ସଠିକ ହିସାବ ନାହିଁ । ପୁଣି ସି ଏସ ଓ ମହାଶୟକୁ ପଚାରିବାରୁ ସେ ମହାଶୟ କହିଲେ
ଆମ ପାଖରେ କୌଣସି ପ୍ରକାର ଅଭିଯୋଗ ଆସିନାହିଁ । ଏବଂ ଜିଲ୍ଲାପାଳଙ୍କ ନେତୃତ୍ବରେ ତହସିଲଦାର, ସପ୍ଳାଇ ଅଫିସର, ଏସ ସି ସି ଓ , ଏ ଆର ସି ଏସ, ଆର ଏମ ସି ସେକ୍ରେଟେରୀ ଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ଏ ସବୁ ର ତଦାରଖ ପାଈଁ । ଯଦି ପ୍ରଶାସନ ଏମିତି ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛନ୍ତି । ତାହେଲେ କେମିତି ଦେଖି ପାରିଲେ ନାହିଁ ପ୍ରଶାସନର ଏହି ସ୍ବତନ୍ତ୍ର ଟିମ୍ ଚାଷୀ ଏହି ଅବ୍ୟବସ୍ଥାକୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ପ୍ରଶାସନ ଏତେ ସଜାଗ୍ ତାହେଲେ ଚାଷୀ କଣ ପାଇଁ ଏତେ ହଇରାଣ ହରକତ ହେଉଛନ୍ତି । ଆଜି ଯଦି ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ଚାଷୀ ଆତ୍ମହତ୍ୟା କରୁଛନ୍ତି l ତାହେଲେ ଏଥି ପାଈଁ ଦାୟୀ କିଏ ତାହା ସ୍ପଷ୍ଟ ଜଣାପଡୁଛି l ଆଉ ମିଶନ ଶକ୍ତି ନିଯୁକ୍ତି କରିଥିବା ଏସ ଏଚ ଜି ଗ୍ରୁପ ମାନେ କେତେ ଯୋଗ୍ୟ ଓ ପାରଙ୍ଗମ ତାହା ବି ସ୍ପଷ୍ଟ ବାରି ହେଉଛି l ଏବଂ ଆମ ଜ଼ିଲ୍ଲାକୁ ଓଡିଶା ର ଭାତ ହାଣ୍ଡି ବୋଲି ସବୁବେଳେ ନେତା ମନ୍ତ୍ରୀ ଭାଷଣ ମାରୁଥିବା ବେଳେ ଏଇ ଭାତ ହାଣ୍ଡି ରୁ ଗୋଟାଏ ଭାତ ଚିପି ପରଖିଲେ ନେତାଙ୍କ ବାହାଦୁରି କଥା ଦାଣ୍ଡରେ ପଡି ଏବେ ହାଟ ରେ ଗଡୁଛି l