-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
11-Nov-2020
କଟକ, (ପ୍ରେରଣା ଖବର) - କଟକରେ ଉଦଘାଟିତ ହେଲା ଆୟକର ଟ୍ରିବ୍ୟୁନାଲ ଭବନ । ଭିଡିଓ କନଫେରେନସିଂ ଜରିଆରେ ଏହାକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଟ୍ରିବ୍ୟୁନାଲ ବିଲ୍ଡିଂ । ପୂର୍ବ ଭାରତ ତଥା ଉତ୍ତର ପୂର୍ବ ଭାରତର କରଦାତା ମାନଙ୍କୁ ଏଠାରୁ ଆବଶ୍ୟକୀୟ ସେବା ମିଳିପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି!!*ପୂର୍ବ ଭାରତର ଆୟକର ଦାତାମାନେ ଆଉ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । କାରଣ କରଦାତାଙ୍କ ପାଇଁ ଆୟକର ଟ୍ରିବ୍ୟୁନାଲ କଟକ ବେଞ୍ଚର ନିଜସ୍ବ ଭବନକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବିଲ୍ଡିଂ ଏବେ ରାଜ୍ୟର କରଦାତାଙ୍କ ସମେତ ପୂର୍ବ ଭାରତ ପାଇଁ ବିଶେଷ ଉପଯୋଗୀ ହେବ । ଭିଡିଓ କନଫେରେନସିଂ ମାଧ୍ୟମରେ ଏହି ବିଲ୍ଡିଂର ଲୋକାର୍ପଣ କରିଥିଲେ ମୋଦି । ଏହି ଅବସରରେ ସେ କହିଛନ୍ତି ଲକ ଡାଉନ ସମୟରେ ବି ଦେଶରେ ଆୟକର ଦାଖଲ ସନ୍ତୋଷ ଜନକ ରହିଛି । ବ୍ୟବସ୍ଥାର ସରଳୀକରଣ ଲାଗି ଏହା ସମ୍ଭବ ହୋଇପାରିଛି । ଆଗକୁ ଏଦିଗରେ ଅନେକ ସୁଧାର ଆସିବ । ରିଫର୍ମ , ପରଫର୍ମ , ଏବଂ ଟ୍ରାନ୍ସଫର୍ମର ମନ୍ତ୍ର ଦେଇଛନ୍ତି ମୋଦି!!*କର୍ପୋରେଟ ଟ୍ୟାକ୍ସକୁ କମ କରାଯିବା ଦ୍ବାରା ଦେଶରେ ଆର୍ଥିକ ସୁଧାର ଆସିବ । ସେହିପରି ଜି ଏସ ଟି ରେ ସରଳୀକରଣ ଏବଂ ଆୟକର ଅଧିକ ଛାଡ କରାଯିବା ଦ୍ଵାରା ଦେଶରେ କରଦାତାଙ୍କ ସଂଖ୍ୟା ବଢିଛି । ତେଣୁ କରଦାତାଙ୍କୁ ଅଧିକରୁ ଅଧିକ ସେବା ଏବଂ ସୁଯୋଗ ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ଟ୍ରିବ୍ୟୁନାଲ ଗଠନ ଉପରେ ଗୁରୁତ୍ବ ଦେଇଛନ୍ତି ବୋଲି ମୋଦି କହିଛନ୍ତି । କଟକରେ ଇନକମ୍ ଟ୍ୟାକ୍ସ ଆଡମିନଷ୍ଟ୍ରେଟିଭ ଟ୍ରିବ୍ୟୁନାଲର ଏହି ବେଞ୍ଚ ପ୍ରତ୍ୟେକ ଲିଟିଗାଣ୍ଟ ମାନଙ୍କୁ ଉପଯୁକ୍ତ ସେବା ଦେବ ବୋଲି କହିଛନ୍ତି ମୋଦି!!**ମୋଟ ୧୯୩୮ ବର୍ଗମିଟର ସ୍ଥାନରେ କାର୍ଯ୍ୟାଳୟ ପରିସର ନିର୍ମାଣ କରାଯାଇଛି । ତିନି ମହଲା ବିଶିଷ୍ଟ ଅଟ୍ଟାଳିକାରେ ବଡ଼ କୋର୍ଟ କକ୍ଷ, ଅତ୍ୟାଧୁନିକ ରେକର୍ଡ କକ୍ଷ, ବେଞ୍ଚର ସଦସ୍ୟମାନଙ୍କ ପାଇଁ ସୁବ୍ୟବସ୍ଥିତ ଚାମ୍ବର୍ସ, ପାଠାଗାର କକ୍ଷ, ଅତ୍ୟାଧୁନିକ ସମ୍ମିଳନୀ କକ୍ଷ, ମକଦ୍ଦମାକାରୀଙ୍କ ପାଇଁ ଯଥେଷ୍ଟ ସ୍ଥାନ, ଆଇନଜୀବୀ, ଚାଟାର୍ଡ ଆକାଉଣ୍ଟାଣ୍ଟ ଆଦିଙ୍କ ପାଇଁ ବାର କକ୍ଷ ଆଦି ରହିଛି । ନୂଆ ଅଟ୍ଟାଳିକାରେ ଉନ୍ନତ ସଂଚାର ବ୍ୟବସ୍ଥା ସହିତ ଇ-କୋର୍ଟ ସୁବିଧା ରହିଛି। କଟକ ବେଞ୍ଚ ଏଠାକାର ମାମଲା ସମେତ କୋଲକାତା ଜୋନରେ ଥିବା ଅନ୍ୟ ନିଷ୍କ୍ରିୟ ବେଞ୍ଚ ଯେପରିକି ରାଞ୍ଚି, ପାଟନା ଓ ଗୌହାଟୀ କ୍ଷେତ୍ରରୁ ଆସୁଥିବା ମାମଲାଗୁଡ଼ିକର ଦ୍ରୁତ ସମାଧାନ କରିପାରିବ। ଏହି ଲୋକାର୍ପଣ ଉତ୍ସବରେ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଆୟକର ବିଭାଗର ବହୁ ଉଚ୍ଚାଧିକାରୀ ଯୋଗ ଦେଇଥିଲେ!!