-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Jan-2022
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀ): ସମ୍ବଲପୁର ଜ଼ିଲ୍ଲାର ୫୫ତମ ନୂତନ ଜ଼ିଲ୍ଲାପାଳ ଭାବେ ୨୦୧୫ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଦିବ୍ୟଜ୍ୟୋତି ପରିଡା ଦାୟିତ୍ୱ ଗ୍ରହଣ କରିଛନ୍ତି I ସୋମବାର ସମ୍ବଲପୁର ଜ଼ିଲ୍ଲାର ଜ଼ିଲ୍ଲାପାଳ ଥିବା ଶୁଭମ ସକ୍ସେନାଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ପରେ ଅତିରିକ୍ତ ଜ଼ିଲ୍ଲାପାଳ ଉମାକାନ୍ତ ରାଜ ଏହି ଦାୟିତ୍ୱରେ ଥିଲେ I ତେବେ ଶ୍ରୀ ପରିଡା ଅପରାହ୍ନରେ ୫ ଟା ରେ ଜ଼ିଲ୍ଲାପାଳ ଅଫିସରେ ପହଂଚି ଜ଼ିଲ୍ଲାପାଳ ଦାୟିତ୍ୱରେ ଥିବା ଅତିରିକ୍ତ ଜ଼ିଲ୍ଲାପାଳ ଉମାକାନ୍ତ ରାଜଙ୍କ ଠାରୁ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ I ଏହି ଅବସରରେ ନୃତନ ଜ଼ିଲ୍ଲାପାଳଙ୍କୁ ଜ଼ିଲ୍ଲାର ବରିଷ୍ଠ ଅଧିକାରୀ ମାନେ ସ୍ୱାଗତ କରିଥିଲେ I ଶ୍ରୀ ପରିଡା ସମ୍ବଲପୁର ଜ଼ିଲ୍ଲାବାସୀଙ୍କ ସହଯୋଗ କାମନା କରିବା ସହିତ ଆଗାମୀ ଦିନରେ ଜ଼ିଲ୍ଲା ପ୍ରଶାସନକୁ କ୍ରିୟାଶିଳ କରି ଜ଼ିଲ୍ଲାର ବିକାଶପ୍ରତି ଦୃଷ୍ଟିଦେବାକୁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି I ସୂଚନାଯୋଗ୍ୟ ଯେ, କଟକ ରେଭେନ୍ସା ବିଶ୍ବବିଦ୍ୟାଳୟ ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଶିକ୍ଷା ଲାଭ କରିଥିବା ଶ୍ରୀ ପରିଡ଼ା ପୂର୍ବରୁ ୨୦୧୭ ମସିହା ତାଲିମ
ସମୟରେ ସମ୍ବଲପୁର ମହାନଗର ନିଗମର ଉପ- ଆୟୁକ୍ତ, ଧନକଉଡା ବ୍ଲକର ଭାରପ୍ରାପ୍ତ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ I ବାଲେଶ୍ୱର ଜ଼ିଲ୍ଲା ନୀଳଗିରି ବ୍ଲକ ଅଯୋଧ୍ୟା ଗ୍ରାମ ମୂଳନିବାସୀ କଟକ ବାସିନ୍ଦା ପିତା ପ୍ରସନ୍ନ କୁମାର ପରିଡା ଏବଂ ମାତା ଡ. ମାୟାବିନୀ ଜେନାଙ୍କ ସୁପୁତ୍ର ଓଡ଼ିଆ ପୁଅ ଦିବ୍ୟଜ୍ୟୋତି ପରିଡାଙ୍କ ବାପା ମାଆ କଟକ ବିଦ୍ୟାଧରପୁର ସ୍ଥିତ ଜାତୀୟ କୃଷି ଗବେଷଣା କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି I ତେବେ ଇସ୍ପାତ ନଗରୀ ରାଉରକେଲାର ସ୍ମାର୍ଟ ଆଯୁକ୍ତ ଭାବେ ଅନେକ ସୁନାମ ଅର୍ଜନ କରିଥିବା ଜଣେ ଓଡ଼ିଆ ପୁଅ ଦିବ୍ୟଜ୍ୟୋତି ପରିଡାଙ୍କୁ ଦୀର୍ଘ ବର୍ଷର ବ୍ୟବଧାନ ପରେ ସମ୍ବଲପୁରବାସୀ ଜ଼ିଲ୍ଲାପାଳ ଭାବରେ ପାଇ ବେଶ ଉତ୍ସାହିତ ଥିବା ଦେଖାଯାଇଛି I