-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ବର୍ଷାରେ ଭିଜୁଛି  ହଜାର ହଜାର କ୍ୟୁଣ୍ଟାଲ ଧାନ,ଚାଷୀଙ୍କୁ ବୁଡାଇଲେ ଅନଭିଜ୍ଞ ଏସ୍‌ଏଚ୍‌ଜି 

30-Dec-2021



ଡୁଙ୍ଗୁରିପାଲି-(ଅରବିନ୍ଦ ମିଶ୍ର)// ଚାଷୀ ଅନେକ କଷ୍ଟ କରି ଫସଲ କରିଥାଏ । ନକଲି ବିହନ, ନକଲି ସାର, ରୋଗପୋକର ଦାଉରୁ ଯେନ ତେଣ କରି ଫସଲକୁ ବଞ୍ଚାଇଥାଏ । ଫସଲକୁ ଦେଖି ଚାଷୀ ବିଚରା  ତାଲିକା କରିଥାଏ । ଝିଅ ବାହାଘର , ପିଲାଙ୍କ ପାଠପଢା, ସରକାରୀ ବେସରକାରୀ ଋଣ ପରିଶୋଧ, ଘର କରିବା ଇତ୍ୟାଦିକୁ ସେ ତାର ବ୍ୟୟକୁ  ଆକଳନ କରିଥାଏ । ଯଦି ଧାନ ଅମଳପରେ ପେକ୍ସ କିମ୍ବା ମଣ୍ଡିରେ ଧାନ ନଷ୍ଟ ହୋଇଗଲେ ଚାଷୀର ଆତ୍ମାକୁ କେତେ ବାଧିବ ଅନୁଭବୀ ଚାଷୀ ହିଁ ଜାଣିପାରିବ । ଗତ ରାତିରେ ପ୍ରବଳ ବର୍ଷା ଏହି ଅଂଚଳର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଚାଷୀ ମଣ୍ଡିରେ ପକାଇଥିବା ଧାନ ପାଣିରେ ବୁଡି ଯାଇଛି । ପେକ୍ସ ଗୁଡିକରେ ଆନୁସଙ୍ଗୀକ ବ୍ୟବସ୍ଥା ରହିଥିବା ବେଳେ ସ୍ୱୟଂସହାୟକ ଗୋଷ୍ଠିର ଧାନ କିଣାବିକାର କୌଣସି ଅଭିଜ୍ଞତା କିମ୍ବା ଆନୁସଙ୍ଗୀକ ଧାନ ରଖିବାର ବ୍ୟବସ୍ଥା ନଥିବାରୁ ଚାଷୀର ଧାନ

ବର୍ଷାରେ ବୁଡି ଯାଇଛି । ଏଭଳି ଅବସ୍ଥା ଆଜି ଡୁଙ୍ଗୁରିପାଲିର ବିଭିନ୍ନ ମଣ୍ଡି ଯେଉଁଠି ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନେ ଧାନ କିଣୁଛନ୍ତି ।  ଏହି ବ୍ଲକରେ ଲଙ୍ଗଲକଟାରେ ମାଁ ମଙ୍ଗଳା ଏସଏଚଜି, ଲିଙ୍ଗମାର୍ଣ୍ଣିରେ ଅରୁଣିମା, କର୍ଲାଯୁରୀରେ ମାଁ ଅସୁରଗଡିଏନ୍‌, ଭୀମଟିକିରାରେ ମାଁ ବିରଜା, ଦିଗସିରାରେ ସମଲେଶ୍ୱରୀ ଏବଂ ଅନ୍ୟାନ୍ୟ ସ୍ଥାନରେ ଯାଗୃତୀ, ଅର୍ଣ୍ଣପୂର୍ଣ୍ଣା,  ମାଁ ଭବାନୀ, ମାଁ ଶକ୍ତି, ସାଇବାବା, ଓଁଶାନ୍ତି ନାମରେ ଏସଏଚଜି ମହିଲାମାନେ ଧାନ କିଣୁଛନ୍ତି । ଗାଇଡଲାଇନ ଅନୁସାରେ ଚାଷୀ ଉକ୍ତ ପେକ୍ସ ବା ମଣ୍ଡିକୁ ଧାନ ଆଣିବା କଥା । ଚାଷୀର ଧାନ ପହଞ୍ଚିବା ପରେ ସେଠାରେ କାର୍ଯ୍ୟରତ ଆରଏମସି କର୍ମଚାରୀ ଧାନର ମାନ ତଥା ମଶ୍ଚର ନିର୍ଦ୍ଧାରଣ କରିବେ । ତାପରେ ପେକ୍ସ ଉକ୍ତ ଧାନ ରଖିବା ପରେ ମିଲର୍ସ ଏହାକୁ  ଉଠାଇବା କଥା । କିନ୍ତୁ କେତେକ ସ୍ଥଳରେ ଚାଷୀଙ୍କ ଧାନ ସିଧାସଳଖ ମିଲଗୁଡିକୁ ଯାଉଛି । ସେଠାରେ ମିଲର୍ସ ହିଁ ଏହାର ମାନ ନିର୍ଦ୍ଧାରଣ କରୁଅଛି । କାଗଜ କଲମରେ ପେକ୍ସ ଏବଂ ମଣ୍ଡିକୁ ଧାନ ଆସୁଥିବା ବେଳେ ପ୍ରକୃତରେ ସିଧାସଳଖ ମିଲକୁ ଯାଉଛି ।  ଆହୁରି ମଧ୍ୟ ମିଲ ଗୁଡିକର ଓଜନମାପ ଯନ୍ତ୍ର ଓ ମଶ୍ଚର ମେସିନ ମଧ୍ୟରେ ତାଳମେଳ ମଧ୍ୟ ରହୁ ନଥିବା ଡୁଙ୍ଗୁରିପାଲି ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ସମସ୍ତ ମିଲର ଓଜନମାପ ଯନ୍ତ୍ରକୁ ପ୍ରସାଶନ ପକ୍ଷରୁ ଯାଞ୍ଚ କରାଯିବାକୁ  ଅନୁରୋଧ କରାଯାଇଥିଲେ ମଧ୍ୟ ଏହା କରାଯାଇ ନାହିଁ ।  ଏସ୍‌ଏଚଜି ଗୁଡିକ ପାଖରେ ଧାନ ରଖିବାର କୌଣସି ବ୍ୟବସ୍ଥା ନଥିବାରୁ ଖୋଲାମେଲାରେ ଧାନ ରଖି  ତ୍ରିପାଳ ଘୋଡାଇ ରଖାଯାଉଛି । ଯାହାକୁ ଚାଷୀଙ୍କ ଧାନ ସୁରକ୍ଷିତ ରହୁନାହିଁ । ଗତ ରାତିର ବର୍ଷାରେ ପାଣି ତଳଆଡୁ ଜମା ହୋଇ ଭିଜି ଯାଇଛି । ଉପର ଅଂଶରେ ଘୋଡାଯାଇଥିବା ବେଳେ ତଳଆଡୁ ପ୍ରବଳ ପାଣି ହେବାରୁ ଏହା ଭିଜି ଯାଇଛି । ଆସନ୍ନ ମେଘକୁ ଦେଖି ମଣ୍ଡି ଗୁଡିକରେ ସେଭଳି କୌଣସି ପଦକ୍ଷେପ ଆଗରୁ ନିଆଯାଇଥିଲେ ଅସୁବିଧା ହୋଇ ନଥାନ୍ତା । ଆଲୋଚନାର ବିଷୟ ଯେ, ଏସଏଚଜି ଗୁଡିକ ନିଜେ ଉକ୍ତ ଧାନ ସିଧାସଳଖ କିଣୁ ନାହାନ୍ତି । କେତେକ ମଣ୍ଡିରେ ଏସଏଚଜିର ମହିଳାମାନେ ଉପସ୍ଥିତ ନଥିବା ବେଳେ ଜଣେ ଡାଟାଏଣ୍ଟ୍ରିି ରହୁଛନ୍ତି । ସେଠାରେ କେତେକ ମିଲର୍ସ ଗୁଡିକର ପ୍ରତିନିଧିମାନେ ଉପସ୍ଥିତ ରହି ପରୋକ୍ଷରେ ଏହାକୁ ପରିଚାଳନା କରୁଛନ୍ତି । ଧାନ ବିକ୍ରୀ ଶେଷରେ ନିଜର କମିଶନ ପାଇ  ଏସଏଚଜି ଗୁଡିକ ସେଥିରେ ସନ୍ତୁଷ୍ଟ ରହୁଥିବା ବେଳେ ତୃତୀୟ ପକ୍ଷ ମାଲେମାଲ ହେଉଥିବା ଆଲୋଚନା ହେଉଛି । ଆହୁରି ମଧ୍ୟ କେତେ ଚାଷ ଜମି ରେଜିଷ୍ଟ୍ରେସନ ହୋଇଛି ଏହା ମଧ୍ୟ ଠିକ ଭାବରେ କେତେକ ଏସଏଚଜି    କହିପାରୁ ନାହାନ୍ତି । ଚାଷ ହୋଇ ନଥିବା ପଡିଆ, ଗୋଚର , ଅନାବାଦୀ, ଜଳାଶୟ ଗୁଡିକରେ ଚାଷ ହୋଇଥିବା ଜମିକୁ ମଧ୍ୟ ରେଜିଷ୍ଟ୍ରେସନ କରାଯାଇଥିବା ଚାଷୀ ମହଲରେ ଆଲୋଚନା ହେଉଛି । ଏଣୁ ଏସଏଚଜିକୁ ଧାନ କିଣାବିକା ଦାୟିତ୍ୱ ଦେବା ପୂର୍ବରୁ ଏମାନଙ୍କୁ ପ୍ରଶିକ୍ଷଣ ଦେଇ ଏହି ଗୁରୁଦାୟିତ୍ୱ ପ୍ରଦାନ କରାଗଲେ ଚାଷୀମାନେ ଉପକୃତ ହେବେ ବୋଲି ଚାଷୀ ମହଲରେ ଦାବୀ ହେଉଛି । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like