-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
30-Dec-2021
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)-ବର୍ତ୍ତମାନ ଦେଶରେ କରୋନାର ନୂଆରୂପ ଓମିକ୍ରୋନର ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଏହାର ପ୍ରଭାବ କମାଇବା ପାଇଁ ରାଜ୍ୟ ସରକାର କୋଭିଡ ଗାଇଡ ଲାଇନକୁ କଡାକଡି ପାଳନ କରାଯିବାକୁ ଗୁରୁତ୍ୱ ଦେଇଆସୁଛି । ସାମାଜିକ ଦୂରତା ପାଳନ କରିବା ସମସ୍ତଙ୍କ ପାଇଁ ଜରୁରୀ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ପ୍ରସାଶନ ନୁଅବର୍ଷ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରିଛି ।ଏହାକୁ ମାନି ଚଳିବାକୁ ବା ସଚେତନ ହେବାକୁ ବ୍ଲକ ପ୍ରସାଶନ ପକ୍ଷରୁ ଆଜି ଡୁଙ୍ଗୁରିପାଲି ସହରରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରିଛନ୍ତି । କୌଣସି ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, ପାର୍କ, କଲ୍ୟାଣ ମଣ୍ଡପ ପ୍ରଭୃତିରେ ନୂଆ ବର୍ଷ ଜିରୋନାଇଟ ଏବଂ ସ୍ୱାଗତ ସମ୍ବର୍ଦ୍ଧନା ପାଳନ କରିବା ମନା ଅଟେ । ସ୍ୱାଗତ ସମ୍ବର୍ଦ୍ଧନା କରିବା ମନା, ଜନଗହଳୀ ନ କରିବା, ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ରସାହାଯ୍ୟରେ ସହରରେ ସଚେତନତା ପ୍ରଚାର କରିଥିଲେ । ବ୍ଲକ ପ୍ରସାଶନର ଗାଡିରେ ଇନ୍ଦ୍ରମଣି ଠାକୁର ଏବଂ ସରୋଜ ସା ଉକ୍ତ କାର୍ଯ୍ୟକ୍ରମର ଦାୟିତ୍ୱ ତୁଳାଇଥିଲେ ।