-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
29-Dec-2021
ବଲାଙ୍ଗୀର/ସଇଁତଲା(ସନ୍ତୋଷ କୁମାର ନାଏକ) // ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବନବିଭାଗ ଅଧିନସ୍ଥ ସିକାପତ୍ରାପାଲି ଜଙ୍ଗଲ ରେ ପ୍ରାୟ ୪୦ ହଜାର ଟଙ୍କା ମୂଲ୍ୟର କଟା ସାଗୁଆନ ଗଛ ଜବତ କରିବା ସହ ଘନଶ୍ୟାମ ନାଗ ନାମକ ଜଣେ ବ୍ୟକ୍ତି ଙ୍କୁ ଜଙ୍ଗଲବିଭାଗ ତରଫରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ମୂଲ୍ୟବାନ ଶାଗୁଆନ କାଠ କାଟୁଥିବା ଗୋପନ ଭାବେ ଖବର ପାଇ ବନବିଭାଗ ଏହି ଚଢ଼ାଉ କରିଥିବା ବେଳେ ତା ସହ ଅନ୍ୟ ତିନି ଜଣ ଫେରାର ହୋଇଯାଇଥିବା ସୂଚନା ମିଳିଛି । ବନବିଭାଗ ରେଞ୍ଜ ଅଧିକାରୀ ସିବପ୍ରସାଦ ନାଗ ଙ୍କ ସହ ଫରେଷ୍ଟର ପ୍ରିୟଙ୍କା ପୋଢ଼ ତଥା ଅନ୍ୟ କର୍ମଚାରୀ ମିଶି ଏହି ଚଢ଼ାଉ କରିଥିଲେ । ଉକ୍ତ ସ୍ଥାନରେ ଚଢ଼ଉ କରି ଶାଗୁଆନ କାଠ ଗଣ୍ଡି ସହ ବିଭିନ୍ନ କଟା ଜିନିଷ, ପତ୍ର ମନ୍ଧ୍ୟ ଜବତ କରିଥିବା ପ୍ରକାଶ ପାଇଛି । ଏହି ଜବତ କାଠର ମୂଲ୍ୟ ପ୍ରାୟ ୪୦ ହଜାର ଟଙ୍କା ହେବ ବୋଲି ଫରେଷ୍ଟର ଶ୍ରୀମତୀ ପୋଢ଼ ସୂଚନା ଦେଇଛନ୍ତି।
ଉକ୍ତ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ବ୍ୟକ୍ତି ଜଣଙ୍କର କୋଭିଡ଼ ପଜିଟିଭ ରିପୋର୍ଟ ଆସିବାରୁ ତାଙ୍କୁ ଜାମିନରେ ଛଡା ଯାଇଥିବା ଜଣାପଡିଛି । ଅନ୍ୟପଟେ ଏହି ଅଞ୍ଚଳରେ ବନବିଭାଗ ପକ୍ଷରୁ କଡା ପେଟ୍ରୋଲିଂ ମଧ୍ୟ ହେଉଛି।