-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
29-Dec-2021
.ବରଗଡ଼ : ଇମ୍ପରିୟଲ କଲେଜ ସଭାଗୃହଠାରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଲୋକ ପ୍ରଶାସନ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । ଏହି ସେମିନାରରେ ଭାରତୀୟ ଲୋକପ୍ରଶାସନ ଅନୁଷ୍ଠାନ ନୂଆଦିଲ୍ଳୀର ଡକ୍ଟର ସୁଜିତ ପୃଷେଠ ଯୋଗ ଦେଇ ଏହି ବିଷୟରେ ଆଲୋଚନା କରିଥିଲେ । ଏକବିଂଶ ଶତାଦ୍ଦୀରେ ଲୋକପ୍ରଶାସନ ଅଧିକ ସେବାମୁଖୀ ହେବା ସହ ଏଥିରେ କାର୍ଯ୍ୟ କରୁଥିବା
ଅଧିକାରୀମାନେ ଜନସଂପର୍କ ରଖିପାରିଲେ ସରକାରୀ କାର୍ଯ୍ୟକ୍ରମଗୁଡିକ ଅଧିକ ସଫଳ େହୋଇପାରିବ ବୋଲି କହିଥିଲେ । ଇମ୍ପରିୟଲ କଲେଜର ଅଧ୍ୟକ୍ଷ ଦିପକ ଗୋୟଲଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାଯ୍ୟକ୍ରମରେ ଅଧ୍ୟାପକ ଦୁର୍ଗେଶ ଶତପଥୀ ଓ ଆୟୁଷ ମଜୁମଦାର ଉପସ୍ଥିତ ଥିଲେ । ରାଜନୀତି ବିଜ୍ଞାନ ଶେଷ ବର୍ଷର ଛାତ୍ର ମନୋରଂଜନ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ କଲେଜର ରାଜନୀତି ବିଜ୍ଞାନର ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।