-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
25-Dec-2021
ଉଲୁଣ୍ଡା, (ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ କାଦୋଦର ମାଁ ଉମାଦେବୀ ଡିଗ୍ରୀ ମହାବିଦ୍ୟାଳୟରେ ପ୍ରାକ ବୈଦିକ ଯୁଗ,ପରବର୍ତୀ ବୈଦିକ ଯୁଗ ଓ ଚାରି ବେଦ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ କୈଲାସ ପୁରୋହିତଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ଆଲୋଚନା ଚକ୍ରରେ ସଂସ୍କତ ବିଭାଗର ଅଧ୍ୟାପିକା ଗୀତାଂଜଳି ଛତର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଅଧ୍ୟାପିକା ଟିକି ହରିପାଲ, ସମାଜ ବିଜ୍ଞାନ ବିଭାଗର ଓଡିଆ ବିଭାଗର ଅଧ୍ୟାପିକା ଗୀତାଂଜଲୀ ମେହେର ପ୍ରମୁଖ ଯୋଗଦେଇ ବୈଦିକ ଯୂଗ ଓ ଚାରିବେଦ ଉପରେ ଆଲୋଚନା କରିଥିଲେ । ଏଥି ସହିତ ବିଦ୍ୟାଳୟର ୪୨ ଜଣ ଛାତ୍ରଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅଧ୍ୟାପକ କିଶୋର ବଡମାଲି ସ୍ୱାଗତଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାଜିନିତୀ ବିଜ୍ଞାନର ଅଧ୍ୟାପକ ବ୍ୟାସଦେବ ତରିଆ ଧନ୍ୟବାଦ ଦେଇଥିଲେ ।