ମୁମ୍ବାଇ: ବଲିଉଡ୍ ଅଭିନେତା ଋଷି କପୁର ଗତ ଏପ୍ରିଲ ୩୦ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। କ୍ୟାନସରରୁ ସୁସ୍ଥ ହେବା ପରେ ସେ ଏମିତି ଅଚାନକ ଚାଲିଯିବା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। କାରଣ ସେ ଆମେରିକାରୁ ଚିକିତ୍ସିତ ହୋଇ ଫେରିବା ପରେ କିଛି ଫିଲ୍ମରେ କାମ କରିବା ପାଇଁ ପ୍ରସ୍ତୁତି ବି ଆରମ୍ଭ କରି ଦେଇଥିଲେକ ରିପୋର୍ଟ ଅନୁସାରେ ଗୁଜରାଟୀ ଫିଲ୍ମ ‘ଚାଲ ଜୀବୀ ଲାଇଏ’ର ହିନ୍ଦୀ ରିମେକ୍ରେ ଅଭିନୟ କରିବାକୁ ଋଷି ହଁ ଭରି ସାରିଥିଲେ। ନିର୍ମାତା ଏଥିରେ ଋଷି ଓ ତାଙ୍କ ପୁଅ ରଣବୀର କପୁରଙ୍କୁ ନେବା ପାଇଁ ସ୍ଥିର କରିଥିଲେ। ରଣବୀର ବି ରାଜି ହୋଇଥିଲେ। ତେବେ ଲକ୍ଡାଉନ୍ ଯୋଗୁ ଫିଲ୍ମଟି ଆଗେଇ ପାରି ନଥିଲା। ଆଉ ତା’ ମଧ୍ୟରେ ଋଷିଙ୍କର ବି ପରଲୋକ ହୋଇଗଲା। "/>
-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
09-Nov-2020