-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
23-Dec-2021
ବରଗଡ:-ଗୁହାଳରେ ପୁଜାପାଉଥିବା ଗୋଧନ ଏବେ ଅଲୋଡା ହୋଇ ରାଜରାସ୍ତାରେ ବୁଲୁଛନ୍ତି।ଯାହା ଫଳରେ ଯାନବାହାନ ସହିତ ଧକ୍କା ହୋଇ ଅକାଳରେ ମୃତ୍ୟୁବରଣ କରୁଛନ୍ତି।ଆଜି ଏମିତି ଏକ ବୁଲା ଗାଈ ଅଜଣା ଟ୍ରକ୍ ଧକ୍କାରେ ଛଟପଟ ହୋଇ ପ୍ରାଣ ହରାଇଛି। ଅତାବିରା ୫୩ ନଂ ଜାତୀୟ ରାଜପଥ ଉପରେ ପଶୁ ଚିକିତ୍ସାଳୟ ସମ୍ମୁଖରେ ବୁଲୁଥିବା ଏକ ଗାଈ କୁ ଗୋଟେ ଅଜଣା ଟ୍ରକ୍ ଧକ୍କା ଦେବା ଫଳରେ ଗୋଡ଼ ଭାଙ୍ଗିଯାଇ ରକ୍ତାକ୍ତ ଅବସ୍ଥାରେ ପଡ଼ି ଛଟପଟ ହେଉଥିଲା।ଏହା ଦେଖି ପଶୁ ଚିକିତ୍ସାଳୟ ର ଡାକ୍ତର ଓ କର୍ମଚାରୀ ପହଞ୍ଚି ଗାଈଟିର ଚିକିତ୍ସା କରିଥିଲେ।ହେଲେ ଗାଈଟିର ମୃତ୍ୟୁ ହୋଇଯାଇଥିଲା। ଏ ନେଇ ଦୃତ ଗତିରେ ଯାଉଥିବା ଯାନ ବାହନ ଗୁଡ଼ିକର ଗତି କୁ ନିୟନ୍ତ୍ରଣ କରିବାରେ ବିହିତ ପଦକ୍ଷେପ ନେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସାଧାରଣରେ ଦାବି ଜଣାଇଛନ୍ତି ।