-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||     

HOME   ଜିଲ୍ଲା

ପଦ୍ମପୁର ଠାରେ ରାଜ୍ୟସ୍ତରୀୟ ଶୀତଉତ୍ସବ ର ମଜା ଉଠାଇଲେ ଦର୍ଶକ

22-Dec-2021



ପଦ୍ମପୁର:ପଦ୍ମପୁର ରି-କ୍ରିଏସନ ସେଣ୍ଟର ଠାରେ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ଵର ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ବରଗଡ଼ର ମିଳିତ ସହଯୋଗ ରେ ପ୍ରଥମ ଦିବସ ରେ ଶୀତଉତ୍ସବ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଓଡ଼ିଶା ର ମାନ୍ୟବର ମନ୍ତ୍ରୀ ଶ୍ରୀମାନ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ(ଭା.ପ୍ର.ସେ) ବରେଣ୍ୟ ଅତିଥି ଭାବେ ଯୋଗଦାନ କରି ମାଁ ସମଲେଶ୍ଵରୀ ଓ ଜଗତ ର ନାଥ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିକୃତି ରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ ‌। ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଉଭୟେ ଉତ୍ସବକୁ ଉଦଘାଟନ କରିଥିଲେ । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ସଚିବ ଶ୍ରୀଯୁକ୍ତ ପ୍ରବୋଧ ରଥ ସ୍ବାଗତ ଓ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୁଶାନ୍ତ ସିଂ ଭାଷଣ ପ୍ରସଙ୍ଗରେ ସଂସ୍କୃତି ସମ୍ପନ୍ନ ସହର ପଦ୍ମପୁର ର ସାଂସ୍କୃତିକ ବିକାଶ ପାଇଁ ସବୁକିଛି ସହଯୋଗ କରିବାପାଇଁ ପ୍ରକାଶ କରିଥିଲେ । ଏଇ ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏକ ନାଟ୍ୟ ମଣ୍ଡପ ନିର୍ମାଣ ହେବାପାଇଁ ଘୋଷଣା କରିଥିଲେ । ପରେ ମଧୁସ୍ମିତା ଦାସଙ୍କ ସଂଯୋଜନା ରେ ଅନୁଗୁଳ ର ଶ୍ରୀମତୀ ସ୍ବପ୍ନାରାଣୀ ସିହ୍ନା ଓ ସାଥୀ ଓଡ଼ିଶୀ ନୃତ୍ୟ ଏବଂ ଅନ୍ୟାନ୍ୟ ନୃତ୍ୟ ଦଳର କଳାକାର ମାନେ ତାଙ୍କ କଳା ପ୍ରଦର୍ଶନ କରି ଦର୍ଶକ ଙ୍କ ମନମୋହୀ ନେଇଥିଲେ 

ଉଦଯାପନୀ ଦ୍ୱିତୀୟ ଦିବସ ର ସାଂଧ୍ୟ ରଜନୀ ରେ ଓଡ଼ିଶା ସଂଗୀତ ଏକାଡେମୀ ର ସଚିବ ଶ୍ରୀମାନ ପ୍ରବୋଧ ରଥଙ୍କ ପରିଚାଳନା ରେ ଆୟୋଜିତ ଶୀତ ମହୋତ୍ସବ ରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସମ୍ବଲପୁର ଡ. ସୁରେଶ ଚନ୍ଦ୍ର

ଦଳାଇ(ଭା.ପ୍ର.ସେ) ମୁଖ୍ୟଅତିଥି, ବିଶିଷ୍ଟ କଣ୍ଠଶିଳ୍ପୀ ତଥା ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ, ନାଟ୍ୟକାର ଶ୍ରୀମାନ ଅଶୋକ କୁମାର ବହିଦାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମାଁ ସମଲେଶ୍ଵରୀ ଓ ଶ୍ରୀଜଗନ୍ନାଥ ଙ୍କ ପ୍ରତିକୃତି ରେ ମାଲ୍ୟାର୍ପଣ କଲାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା lମୁଖ୍ୟଅତିଥି ଡ.ଦଳାଇ ତାଙ୍କ ଅଭିଭାଷଣରେ ସରକାରୀ ସ୍ତରରେ କଳା ଓ କଳାକାର ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ଯେଉଁସବୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସେ ଉପରେ ତାଙ୍କ ମନ୍ତବ୍ୟ ରଖିଥିଲେ lନାଟ୍ୟକାର ଶ୍ରୀମାନ ବହିଦାର ରାଜ୍ୟ ସରକାର ଙ୍କ ପକ୍ଷରୁ ଶୀତ ମହୋତ୍ସବ ଭଳି ଏକ ନିଆରା ପ୍ରୟାସ ପଦ୍ମପୁର ସ୍ଥିତ ରିକ୍ରିଏସନ୍ ସେଣ୍ଟର ଠାରେ ଆୟୋଜିତ ହୋଇଥିବାରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ସମସ୍ତ କର୍ମଚାରୀ ମାନଙ୍କୁ କୃତଜ୍ଞତା ଜଣାଇଥିଲେ lପରେପରେ ଉଦଘୋଷିକା ମଧୁସ୍ମିତା ଦାଶ ଙ୍କ ସଂଯୋଜନା ରେ ଭୂବନେଶ୍ୱର ମୟୁର ଆର୍ଟ ସେଣ୍ଟର ର କଳାକାର ମାନେ ଛଉ ନୃତ୍ୟ, ଭୁବନେଶ୍ୱର ରୁ ଆସିଥିବା ଶ୍ରୀ ଚିତ୍ରସେନ ସ୍ବାଇଁ ଏବଂ ତାଙ୍କ ସାଥି  ମାନେ ଗୋଟିପୁଅ ନୃତ୍ୟ,ରାୟଗଡ଼ା ଶ୍ରୀ ଜେ.ଶୁକାନ୍ତ ଓ ତାଙ୍କ ସାଥି ଲୋକ ନୃତ୍ୟ, ସମ୍ବଲପୁର ର ବିଶିଷ୍ଟ ସମ୍ବଲପୁରୀ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ ଓ ତାଙ୍କ ସାଥି ଲୋକ ସଙ୍ଗୀତ ପରିବେଷଣ କରି ଦର୍ଶନ ମାନଙ୍କ ମନ ଜିଣି ନେଇଥିଲେ lପ୍ରବଳ ଶୀତ ପ୍ରକୋପ ଥିବା ସତ୍ତ୍ବେ ମଧ୍ୟ ଆୟୋଜିତ ରାଜ୍ୟ ସ୍ତରୀୟ ଶୀତ ମହୋତ୍ସବ ପରି ଏଇ ସୁନ୍ଦର କାର୍ଯ୍ୟକ୍ରମ କୁ ଉପସ୍ଥିତ ଦର୍ଶକ ମାନେ ଭରପୁର ମଜା ଉଠାଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026

You Might Also Like