-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
22-Dec-2021
ପଦ୍ମପୁର:-ରାଜବୋଡାସମ୍ବର କୃଷକ ସଂଗଠନ, ବରଗଡ଼ ଜିଲ୍ଲାର ପାଇକମାଳ ବ୍ଳକ ସଂଗଠନ ଯେ କି ସଦାସର୍ବଦା ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ଜରିଆରେ ଚାଷୀ ମାନଙ୍କ ନ୍ୟାର୍ଯ୍ୟ ଦାବି କୁ ଉପସ୍ଥାପନା କରି ଆସୁଛି lଚଳିତ ବର୍ଷ ର ଭୟାବହ ଉତ୍କଟ ମରୁଡ଼ି ପରିସ୍ଥିତି କୁ ଆଖି ଆଗରେ ରଖି ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ଦେଶ୍ୟ ରେ ପାଇକମାଳ ତହସିଲଦାର ଙ୍କ ଜରିଆରେ ଏକ ବିରାଟ ରେଲି ରେ ହଜାର ସଂଖ୍ୟାରେ ଚାଷୀ ମାନେ ଆସି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି lସମୁହ ଦାବୀ ଗୁଡିକ ହେଲା ୧-ପାଇକମାଳ ବ୍ଳକ କୁ ସମ୍ପୂର୍ଣ୍ଣ ମରୁଡି ଅଞ୍ଚଳ ଭାବେ ଘୋଷଣା କରାଯାଉ ୨-
ମରୁଡି ସହାୟତା ଅତିଶିଘ୍ର ପ୍ରଦାନ କରାଯାଉ ୩-ବିଗତ ବର୍ଷ ରେ ଧାନ ବିକ୍ରି କରିଥିବା ବସ୍ତା ର ଟଙ୍କା ଚାଷୀ ମାନଙ୍କୁ ଦିଆଯାଉ ୪-ବୀମା କମ୍ପାନୀ ର ବେଆଇନ ଭାବେ ଜମା କରିଥିବା ବୀମା ପ୍ରିମିୟମ ରିଜେକ୍ଟ ପାଲା ବନ୍ଦ କରାଯାଉ ୫-ଚାଷ ଜମି ର କିସମ ବଦଳା ଯାଉ ୬-କୃଷି ଶ୍ରମିକ ମାନଙ୍କୁ ଯଥାଶୀଘ୍ର କାମଧନ୍ଦା ଯୋଗାଇ ଦିଆଯାଉ ୭-ସମସ୍ତ ଚାଷଜମି କୁ ଜଳସେଚନ ର ବ୍ୟବସ୍ଥା କରାଯାଉ ୮-ରବି ଚାଷ ପାଇଁ ଚାଷୀ ମାନଙ୍କୁ ବିଭିନ୍ନ ବିହନ ସାର ଯୋଗାଇ ଦିଆଯାଉ ୯-ଚାଷୀ ମାନଙ୍କ ସମ୍ପୁର୍ଣ୍ଣ କୃଷିଭିତ୍ତିକ ଋଣ ଛାଡ ଅତିଶିଘ୍ର କରିବାକୁ ଚାଷୀ ସଙ୍ଗଠନ ଦାବି ଜଣାଇଛି lଯଦି ଅତିଶିଘ୍ର ଏ ଦାବି ଗୁଡିକ ବିଚାର କୁ ନିଆ ନଯାଏ ତେବେ କୃଷକ ସଂଗଠନ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଏକ ପ୍ରକାର ଚେତାବନୀ ଦେଇଛି ବୋଲି ସଂଗଠନର ସଭାପତି ବିଶ୍ୱନାଥ ରଣା ଏବଂ ସମ୍ପାଦକ ବାଳକୃଷ୍ଣ ବନଛୋର ମିଳିତ ଭାବରେ ପ୍ରେସ ବିବୃତି ଦେଇଛନ୍ତି l