-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
09-Nov-2020
କଣ୍ଟାବାଞ୍ଜି, କଣ୍ଟାବାଞ୍ଜି ସାପ୍ତାହିକ ବଜାରରେ ଥିବା ସାର୍ବଜନୀନ ଦୁର୍ଗା ମନ୍ଦିର କଲ୍ୟାନ ଭବନ ନିମନ୍ତେ କମିଟି ସଭାପତି ଚିନ୍ମୟ ଯୋଷୀଙ୍କ ଅଧ୍ୟକ୍ଷତାରେ ଭୂମି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସନ୍ତୋଷ ସିଂସାଲୁଜା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭୂମି ପୂଜନ କରିଥିଲେ । ଏହି ସମୟରେ କମିଟିର ବରିଷ୍ଟ ପରାମର୍ଶଦାତା ରସିଆନନ୍ଦ ରାଏ, ସଂପାଦକ ପ୍ରଦୀପ ବାଘ, କୋଷାଧ୍ୟକ୍ଷ ଶଙ୍କର ପୁଟେଲ, ସଦସ୍ୟ ବିଦୋଦ ମହାପାତ୍ର, ଟୁକୁ ମହାନ୍ତି, ରମେଶ ବାରିକ, ଗଣେଷ ଷଡଙ୍ଗୀ, ରବିନ୍ଦ୍ର ସ୍ୱାଇଁ, ସଂକୀର୍ତ୍ତନ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।