-+91-9937148622 |
prerana_bgr@rediffmail.com |
Tuesday 31st March 2026 |
R.N.I. Regd No. ODIODI/2010/46693
Breaking News
12-Dec-2021
ବଲାଙ୍ଗୀର,(ପ୍ରେରଣା ଖବର) : ଆଜି ରବିବାର ଦିନ ୧୧ଟା ସମୟରେ ସ୍ଥାନୀୟ ଲ କଲେଜ ଠାରେ ବଲାଙ୍ଗୀର ନାଗରିକ କମିଟିର ଦ୍ୱିବାର୍ଷିକ କର୍ମକର୍ତ୍ତା ନିର୍ବାଚନ ଓ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ସଭାପତି ପଦ ପାଇଁ ବେଲାର ସିଂ ଭୋଇ ଓ କିଶୋର ମୋହନ ମିଶ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା l ବେlଲାର ସିଂ ଭୋଇ - ୫୧ ଖଣ୍ଡ ଭୋଟ୍ ପାଇ କିଶୋର ମୋହନ ଙ୍କୁ ୧୧ଖଣ୍ଡ ଭୋଟ୍ ରେ ପରାସ୍ତ କରିଥିଲେ l କମିଟି ର ଉପସଭାପତି ପଦ ପାଇଁ ନରେଶ କୁମାର ଦାସ ଓ
ନିତ୍ୟାନନ୍ଦ ମିଶ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ନିତ୍ୟାନନ୍ଦ ମିଶ୍ର ୫୧ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ନାଗରିକ କମିଟିର ସଂପାଦକ ଭାବେ ଶିକ୍ଷାବିତ୍ ତଥା କୋଶଳବାଦୀ ନେତା ମନୋରଂଜନ ସାହୁ. ଯୁଗ୍ମ ସଂପାଦକ ଭାବେ ଚକ୍ରପାଣି ଦାସ ଏବଂ କୋଷାଧ୍ୟକ୍ଷ ଭାବେ ଜଣାଶୁଣା ଉଦ୍ୟୋଗପତି ଗଜେନ୍ଦ୍ର ତ୍ରିଭୁବନ ଦାସ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ୧୧ ଜଣିଆ କାର୍ଯ୍ୟକାରୀ କମିଟିର ସଭ୍ୟ ପଦ ପାଇଁ ୧୪ଜଣ ସଭ୍ୟ ନାମାଙ୍କନ ପତ୍ର ଦାଖଲ କରି ଥିବା ବେଳେ ସେମାନଙ୍କ ମଧ୍ୟରୁ ଜୟରାମ ମିଶ୍ର, ପଙ୍କଜିନୀ ପଣ୍ଡା, ଗୋପ ଭୂଷଣ ନାଥ, ଗୋପବନ୍ଧୁ ପୁରୋହିତ ପର୍ଶୁରାମ ନାୟକ, ଧର୍ମବ୍ରତ ରଥ, ବୃନ୍ଦାବନ ବରାଳ, ଦିବାକର ହୋତା, ମନୋରଞ୍ଜନ ପୁରୋହିତ, ବ୍ରଜରାଜ ପୁରୋହିତ ଏବଂ ବିମଳ
କୁମାର ଚୋପ ଦାର ନିର୍ବାଚିତ ହୋଇଛନ୍ତି l ଆଜିର କର୍ମକର୍ତ୍ତା ନିର୍ବାଚନରେ ନିର୍ବାଚନ ଅଧିକାରୀ ଭାବେ ଅଶୋକ କୁମାର ମିଶ୍ର, ଅଶୋକ କୁମାର ଚାନ୍ଦ ଓ ପୀତବାସ ପଣ୍ଡା ଦାୟିତ୍ୱ ନିର୍ବାହ କରିଥିଲେ । ନିର୍ବାଚନରେ ନାଗରିକ କମିଟିର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ l
ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସମସ୍ୟା ଓ ତାର ସମାଧାନ ଦିଗରେ ନାଗରିକ କମିଟି ସବୁବେଳେ କାମ କରିବ l ଜିଲ୍ଲା ପ୍ରଶାସନ ଓ ଜନତାଙ୍କ ଭିତରେ ନାଗରିକ କମିଟି ଏକ ସେତୁ ଭାଳି କାମ କରିବ ବୋଲି ନବ ନିର୍ବାଚିତ ସଭାପତି ଓ ସମ୍ପାଦକ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l