-+91-9937148622 |
prerana_bgr@rediffmail.com |
Tuesday 31st March 2026 |
R.N.I. Regd No. ODIODI/2010/46693
Breaking News
12-Dec-2021
ସିନ୍ଧେକେଲା(ଅନୀଲ ତ୍ରିପାଠୀ):ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ମୋଟର ଚାଲକସଂଘ ତରଫରୁ ରବିବାର ସକାଳେ ଭାରତର ପ୍ରଥମ ସିଡିଏସ ବିପିନ ରାୱତଙ୍କ ସହ ପରଲୋକ ଘଟିଥିବା ସମସ୍ତ ଭାରତୀୟ ବିରଯବାନ ମାନଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଦିଆ ଯାଇଥିଲା । ପରେ ସିଡିଏସ
ବିପିନ ରାୱତ ଓ ବିରଯବାନ ମାନଙ୍କ ଫଟୋଚିତ୍ର ଥିବା ବେନର ଧରି ସିନ୍ଧେକେଲା ଗାଁ ପରିକ୍ରମା କରିବାସହ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏହା ସହିତ ସହିଦ ହୋଇଥିବା ସମସ୍ତ ବିରଯବାନ ମାନଙ୍କ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରା ଯାଇଥିଲା। ବିଶିଷ୍ଟ ସମାଜ ସେବୀ ଅନିଲ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ନୌରାଜ ରଣା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୋଟର ଚାଲକସଂଘ ଜିଲ୍ଲା କଲ୍ଯାଣ
ପାଣ୍ଠିର ସଦସ୍ଯ ରଞ୍ଜନ ସଡଙ୍ଗୀ, ସିନ୍ଧେକେଲା ମୋଟର ଚାଲକସଂଘ ର ସଭାପତୀ ହେରମ୍ବ ସାହୁ , ଉପ ସଭାପତି ରାମ ଚନ୍ଦ୍ର ତ୍ରିପାଠୀ, ତ୍ରିନାଥ ସାହୁ , ମନ ଚିହ୍ନାରା, ବିଧୁଭୁଷଣ ନାଏକ, ବାବୁଳି ପୃଷ୍ଟି , ପଦ୍ମନାଭ ବାଗ, ଧ୍ରୁବଚରଣ ଗୁରୁ , ଚୁଡ ସାହୁ , ଜଗ ଘିବେଲା, ଜିତେନ ଶବର , ଜଗ ତ୍ରିପାଠୀ , ରଞ୍ଜିତ ତ୍ରିପାଠୀ , ପଞ୍ଚାନନ ଗୁରୁ ଙ୍କ ସହ ସିନ୍ଧେକେଲା ଶାଖାର ସମସ୍ତ ଚାଲକ ଉପସ୍ଥିତ ଥିଲେ ।