-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
11-Dec-2021
ପଦ୍ମପୁର/ପାଇକମାଳ:-ନୂଆପଡ଼ା ରୁ ସୁନ୍ଦରଗଡ ପର୍ଯ୍ୟନ୍ତ ଆଜି କୋଶଲ ସ୍ୱାଭିମାନ ପଦଯାତ୍ରାରେ ପଶ୍ଚିମ ଓଡ଼ିଶାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ଦାବୀ ନେଇ ଆସିଥିବା ସମସ୍ତ ସଂଗ୍ରାମୀ ଭାଈ ମାନଙ୍କୁ ପାଇକମାଲ ମୂଖ୍ୟଛକ ଠାରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ,କପିଲମୁନୀ ଆଶ୍ରମ ତରଫରୁ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦର କେନ୍ଦ୍ରୀୟ ଆବାହକ ଶ୍ରୀ ରବିନାରାୟଣ ସାହୁ ସ୍ବାଗତ ଜଣାଇଲେ।ସମସ୍ତ ସଂଗ୍ରାମୀ ଭାଈ ମାନଙ୍କ ସଂଗ୍ରାମ ବ୍ୟର୍ଥ ହେବ ନାହିଁ ଏବଂ ଓଡ଼ିଶା ମାଟିର ହକ ପାଇଁ ଓଡ଼ିଶା ବାସୀଙ୍କ ଅଧିକାର ପାଇଁ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ସବୁବେଳେ ଠିଆ ହେବ ବୋଲି ଶ୍ରୀ ସାହୁ କହିଛନ୍ତି।କାର୍ଯ୍ୟକାରୀ ସଭାପତି ମୋହନ ଜଗତ,ବୁନୁ ମିଶ୍ର,ଇସୁ ଭୋଇ, ସୁବାଷ ଶଗଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ।