-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
11-Dec-2021
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା) ଖଣ୍ଡପଡ଼ା ବ୍ଲକ ଅଧିନ ଯୋଗିଆପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନୂତନ ଶାଖା ଡାକ କାର୍ଯ୍ୟାଳୟ ସ୍ଥାନୀୟ ସରପଞ୍ଚ ମୀନା ଦ୍ଵାରୀଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଡ଼ାକ ବିଭାଗ ନୀରିକ୍ଷକ ବିଭୂତି ଭୂଷଣ ପଣ୍ଡା, ବରିଷ୍ଠ ଅଧିକାରୀ ଗୋପାଳ ସେଠୀ,ଶରତ ଚନ୍ଦ୍ର ସାହୁ, ଅକ୍ଷୟ କୁମାର ନାୟକ, କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଡାକ ବିଭାଗ ପକ୍ଷରୁ ଯୋଗିଆପଲ୍ଲୀ ଗ୍ରାମରେ ଏକ ଶାଖା କାର୍ଯ୍ୟାଳୟ କାର୍ଯ୍ୟାରମ୍ଭ କରିଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଯୋଗିଆପଲ୍ଲୀ ପଞ୍ଚାୟତ ସମିତି ସଭ୍ୟ ପ୍ରଫୁଲ୍ଲ କୁମାର ଦ୍ଵାରୀ, ପବିତ୍ର ମୋହନ ନାୟକ, ଗ୍ରାମ ସଭାପତି ନୀଳକଣ୍ଠ ସାହୁ, କୁଳମଣି ପ୍ରଧାନଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଥିଲେ। ଉକ୍ତ ନୂତନ ଶାଖା ଡାକ କାର୍ଯ୍ୟାଳୟର ପ୍ରଥମ ଅଧିକାରୀ ଭାବେ ତପନ କୁମାର ସାହୁଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ।