-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀରରେ ଧାନ କିଣା ଆରମ୍ଭ ରୁ ଦୁର୍ନୀତି, ପ୍ରଶାସନ-ମିଲରଙ୍କ ମଧୁଚନ୍ଦ୍ରିକା ଥିବା ଅଭିଯୋଗ

10-Dec-2021



ବଲାଙ୍ଗିର, ବଲାଙ୍ଗୀରର ଏକ ମିଲରୁ ବିପୁଳ ପରିମାଣର ଧାନ ଚାଉଳ ଜବତ । ମିଲର ଓ ପ୍ରଶାସନର ମଧୁଚନ୍ଦ୍ରିକାରେ ଦୁର୍ନୀତି ଚାଲିଥିବା ଅଭିଯୋଗ । ସେପଟେ ଘଟଣାରେ ତଦନ୍ତ ଜାରି ରହିଥିବା କହିଲେ ବଲାଙ୍ଗୀର ଜିଲ୍ଲାପାଳ । 
 ବଲାଙ୍ଗୀର: ଧାନ କିଣାରେ ଦୁର୍ନୀତି ଛିଟା । ଧାନ କିଣା ଆରମ୍ଭରୁ ବଲାଙ୍ଗୀରର ଏକ ମିଲରୁ ବିପୁଳ ପରିମାଣର ଧାନ ଓ ଚାଉଳ ଜବତ । ବିଭିନ୍ନ ସମୟରେ ଚାଷୀଙ୍କ ଠାରୁ ଧାର୍ଯ୍ୟ ମୂଲ୍ୟଠୁ କମ୍ ମୂଲ୍ୟରେ ଧାନ କିଣି ମିଲର ଷ୍ଟକ ରଖିଥିବା ଅଭିଯୋଗ ହୋଇଛି । ସେପଟେ ମିଲର ଓ ପ୍ରଶାସନର ମଧୁଚନ୍ଦ୍ରିକାରେ ଜିଲ୍ଲାରେ ଦୁର୍ନୀତି ଚାଲିଥିବା ଅଭିଯୋଗ କରିଛି କୃଷକ ସଙ୍ଗଠନ  ସୂଚନାଯୋଗ୍ୟ, ଦୁଇ ଦିନ ତଳେ ବଲାଙ୍ଗୀର ବେଲାପଡ଼ାସ୍ଥିତ ଶ୍ୟାମଜୀ ରାଇସ ମିଲରେ ବେଆଇନ ଧାନ ଗଚ୍ଛିତ ଥିବାର ଅଭିଯୋଗ ପରେ ପ୍ରଶାସନ ସେଠାରେ ଚଢାଉ କରିଥିଲା । ମିଲରୁ ୯ ହଜାର କ୍ୟୁଣ୍ଟାଲ ଧାନ ଓ ୬୦୦ କ୍ୟୁଣ୍ଟାଳ ଚାଉଳ ଜବତ କରାଯାଇଥିଲା ।

 ଅଭିଯୋଗ ଅନୁଯାୟୀ, ଏହି ରାଇସ ମିଲ ଗତ ଖରିଫ ଓ ରବି ଋତୁ ଧାନ କିଣାରେ ସାମିଲ ହୋଇଥିଲା ଏବଂ ସବୁ ଧାନ ମିଲିଂ କରି ପ୍ରଶାସନକୁ ହସ୍ତାନ୍ତର କରିଥିବାର ରେକର୍ଡ ଦେଖାଇଥିଲା । ଏପରିକି ସବୁ ସରକାରୀ ରେକର୍ଡରେ ମିଲ୍ ପାଖରେ ଧାନ ଷ୍ଟକ ଶୂନ ବୋଲି ଉଲ୍ଲେଖ ହୋଇଥିଲା । କିନ୍ତୁ ଏହି ମିଲର୍ ବେଆଇନ ଭାବେ ସିଧାସଳଖ ଚାଷୀଙ୍କ ପାଖରୁ ଧାର୍ଯ୍ୟ ମୂଲ୍ୟ ଠୁ କମରେ ଧାନ କିଣି ଶୋଷଣ କରୁଥିବାର ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ମାତ୍ର କିଛି ପ୍ରଶାସନିକ ଅଧିକାରୀ ଜାଣିଶୁଣି ଚୁପ୍ ବସିଥିଲେ । ଏପରିକି କିଛି ଦିନ ପୂର୍ବରୁ ପାଟଣାଗଡ଼ ଉପଜିଲ୍ଲାପାଳ ଏବଂ ସିଏସଓ ନିଜେ ଦୁଇ ଥର ମିଲକୁ ଯାଇ ଧାନ ଓ ଚାଉଳ ଷ୍ଟକ୍ ନ ଥିବାର ରିପୋର୍ଟ ଦେଇଥିଲେ ।
 ମାତ୍ର ଲୋକେ ଶ୍ୟାମଜୀ ରାଇସ ମିଲରେ ବେଆଇନ ଧାନ ଗଚ୍ଛିତ ଥିବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମିଲରେ ପୁନର୍ବର ଚଢାଉ ହୋଇଥିଲା । ଯଦ୍ବାରା ସେଠାରୁ ପ୍ରଚୁର ପରିମାଣର ଧାନ ଓ ଚାଉଳ ଜବତ କରାଯାଇଛି । ତେବେ ଷ୍ଟକ ଶୂନ୍ୟ ନେଇ ପ୍ରଶାସନ ଓ ଯୋଗାଣ ବିଭାଗର ରିପୋର୍ଟ ପରେ ମଧ୍ୟ କିପରି ଉକ୍ତ ମିଲରୁ ବିପୁଳ ପରିମାଣରେ ଧାନ ଚାଉଳ ଜବତ ହେଲା ତାହା ବର୍ତ୍ତମାନରେ ସବୁଠୁ ବଡ ପ୍ରଶ୍ନବାଚୀ ହୋଇଛି । ତେଣୁ ପ୍ରଶାସନ ଓ ମିଲରଙ୍କ ମଧୁଚନ୍ଦ୍ରିକାରେ ଏସବୁ ଚାଲିଥିବାର ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ମିଲରୁ ଧାନ ଚାଉଳ ଜବତ ପରେ ତାତିଛି ବଲାଙ୍ଗୀର  ଜିଲ୍ଲାର ବିଭିନ୍ନ କୃଷକ ସଙ୍ଗଠନ । ମିଲ୍ ମାଲିକ ଏବଂ ସମ୍ପୃକ୍ତ ଅଧିକାରଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି କୃଷକ ନେତା ଓ ଵିଭିନ୍ କୃଷକ ସଙ୍ଗଠନ
 ସୂଚନାଯୋଗ୍ୟ, ଏହି ଶ୍ୟାମ ଜି ରାଇସ ମିଲ ସବୁ ସମୟରେ ପିଡିଏସ ଚାଉଳ କିଣି ତାକୁ ପୁଣି ନୂଆ ଭାବରେ ଭର୍ତ୍ତି କରି ସରକାରଙ୍କୁ ହିଁ ବିକ୍ରି କରୁଥିବାର ଅଭିଯୋଗ ହେଉଥିଲା । ଯାହା ଏବେ ସ୍ପଷ୍ଟ ହୋଇଥିବାର ଲୋକେ କହିଛନ୍ତି । ଏଭଳି ସ୍ଥିତିରେ ଜିଲ୍ଲାରେ ଧାନ କିଣା କେତେ ସ୍ବଚ୍ଛ ତାହା ଅନୁମାନ କରାଯାଉଛି । ସେପଟେ ମିଲରୁ ଧାନ ଚାଉଳ ଜବତ ଘଟଣାରେ ତଦନ୍ତ ଚାଲିଥିବା ଜିଲ୍ଲାପାଳ ଜଣାଇଛନ୍ତି । ସମାନ ଭାବେ ଜରୁରୀ ଦ୍ରବ୍ୟ ସାମଗ୍ରୀ ଆଇନ, ପିଡିଏସ କଣ୍ଟ୍ରାକ୍ଟ ଅର୍ଡର ଓ ଧାନ କିଣା ନିୟମ ଉଲ୍ଲଙ୍ଘନ ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ

(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026

You Might Also Like