-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
06-Dec-2021
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ସାଲେପାଲି ଗ୍ରା:ପ:ଅନ୍ତର୍ଗତ ନିଲିଯିବାହାଲ ଠାରୁ ବେଳପଡା ବ୍ଲକ ବୁଦାମୁଣ୍ଡା ପର୍ଯ୍ୟନ୍ତ ୧ କିମି ରାସ୍ତା କୁ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ରାସ୍ତା ନିର୍ମାଣ କରାଗଲା । ଏହି ମହତ କାର୍ଯ୍ୟରେ ଅଞ୍ଚଳ ର ବଦାନ୍ୟ ବ୍ୟକ୍ତି ଓ ଜନସାଧାରଣ ଙ୍କ ସାହାଯ୍ୟ ସହଯୋଗ ତଥା ଆର୍ଥିକ, ମାନସିକ, ଶାରୀରିକ ,ଅନ୍ନ ଭୋଜନ ର ସାହାଯ୍ୟ ରହିଛି । ଏହି ରାସ୍ତା ଦେଇ ଦୈନନ୍ଦିନ ହଜାର ହଜାର ଲୋକ, ଛାତ୍ରଛାତ୍ରୀ, ରୋଗୀ, ବେପାରୀ ଯାତାୟାତ କରିଥାନ୍ତି ।
ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ ଅଧିକାରୀ, ବ୍ଲକ ଅଧିକାରୀ, ଜିଲ୍ଲା ପ୍ରଶାସନ ଓ ରାଜନେତା ଙ୍କୁଗୁହାରି କରି ଜୋତା ସରିଗଲାଣି,ବାରମ୍ବାର ଆପତ୍ତି ଅଭିଯୋଗ କରି କିଛି ଲାଭ ନ ମିଳିବାରୁ ଶେଷରେ ଅଞ୍ଚଳବାସୀ ରାସ୍ତା ନିର୍ମାଣ କରିଛନ୍ତି ।