-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||     

HOME   ଜିଲ୍ଲା

ଫମ୍ପା ମାଠିଆ ର ଶବ୍ଦ ବେଶି, "ସବ୍ କା ,ସବ୍ କା ବିକାଶ୍" ଏଠି ଭେଳିକି ମାତ୍ର !

06-Dec-2021



ବରଗଡ:-ଏମାନେ କିଏ ? କଣ ଏମାନଙ୍କର ପରିଚୟ? କଣ ପାଇଁ ଆଜି ଏମାନଙ୍କ ଏଇ ଅବସ୍ଥା।ଥରୁଟିଏ ଏମାନଙ୍କ କଥା କିଏ ବୁଝିବା ପାଇଁ ଚେଷ୍ଟା କରିଛି,ଆଖି ଆଢ଼ୁଆଳ ରେ ଥାଇ ମଧ୍ୟ ମଣିଷ ପଶୁ ଠାରୁ ହିନ ହୋଇ ଜୀବନ ବିତାଉ ଥିବା ହୃଦୟ ବିଦାରକ ଦୃଶ୍ୟ ବାରି ହୋଇ ପଡୁଥିଲେ ମଧ୍ୟ ନିରୀହ ମାନଙ୍କ ପ୍ରତି କାହା ପାଖରେ ସମୟ ନାହିଁ।ସ୍ଥାଣୁ ପ୍ରଶାସନିକ ଅଧିକାରୀ ମାନେ ଦେଖି ନଦେଖିଲା ଭଳି ମୁହଁ ଫେରାଇ ନିଅନ୍ତି।ନେତା ମନ୍ତ୍ରୀ ଙ୍କ ନ କହିବା ଭଲ।ସରକାର ଙ୍କ ଯୋଜନା ଅନେକ ହେଲେ ସରକାର ଙ୍କ ମାଳମାଳ ଯୋଜନା ଏମାନଙ୍କ ପାଇଁ ପ୍ରହସନ ପରି ମନେ ହୁଏ।ସ୍ଵାଧୀନତା ରେ ୭୩ବର୍ଷ ପରେ ଆଜି ବି ମଣିଷ ଟିଏ ମଣିଷ ସମାଜ ରେ ମଣିଷ ହୋଇ ବଞ୍ଚିବାର ଅଧିକାର ନାହିଁ କି ବୋଲି ଉଠଇ ଅନେକ ପ୍ରଶ୍ନବାଚୀ।ଯାହାର ଜ୍ୱଳନ୍ତ ପ୍ରମାଣ ଓଡ଼ିଶା ରାଜ୍ୟ ର ଭାତହାଣ୍ଡି ରୂପେ ବେଶ ପରିଚିତ ଥିବା ବରଗଡ଼ ଜିଲ୍ଲା ରେ ବର୍ଷ ବର୍ଷ ଧରି ବାର ଦୁଆର ଶୁଣ୍ଢିପିଣ୍ଢା ହୋଇ ନିରୀହ ମାନସିକ ରୋଗାଗ୍ରସ୍ତ ରୋଗୀ ଖୋଲା ଆକାଶ ତଳେ, ନୁଖୁରା ଶରୀରରେ ଖରା,ବର୍ଷା,ଶୀତ,କାକର ରେ ପଡିରହିଛି l ଯେମିତି ସକାଳ ପାଉଛି ସେମିତି ସନ୍ଧ୍ୟା ସହ ରାତ୍ରି ପରେ ଦିନ ପରେ ଦିନ ଗଡି ଚାଲିଛି।ଏମାନେ ମଣିଷ ଟିଏ ହୋଇ ଧରା ଧାମରେ ଜନ୍ମ ସିନା ହୋଇଛନ୍ତି ସତ, ହେଲେ ଭାଗ୍ୟ ଏମାନଙ୍କ ପାଇଁ ସାଜେ ବଇରୀ,ଯାହା ପଶୁ ଠାରୁ ମଧ୍ୟ ହିନ ଅବସ୍ଥାରେ ଦିନ କାଟୁଥିବା ଦୃଶ୍ୟ ଦେଖି ଆଖିରୁ ପାଣି ବାହାରି ଯାଏ।ଯିଏ କି ନିଜେ ନିଜର ଅସ୍ତିତ୍ଵ କଣ,ଜୀବନର ମାନେ କଣ ତାଙ୍କୁ ଜଣାନାହିଁ,ଅବା କଣ ଜଣା ସେମାନଙ୍କୁ ଭଲ କି ମନ୍ଦ,ବଡ କି ସାନ ତାଙ୍କ ନଜର ରେ ସମସ୍ତେ ସମାନ।କିଛି ପଚାରିଲେ କିଏ ଗୁଣୁଗୁଣୁ ହୋଇ କହୁଛି ତ ଆଉ କିଏ ଠାର ନାର ରେ ନିଜ ବେଦନା ଭରା କାହାଣୀ ବଖାଣୁଛି lବେଳେ ବେଳେ ରାଗ ତମ ତମ ହୋଇ ନିଜ ଭିତରେ ଭଡ ଭଡ ହୋଇ ରାଗ ଉତାରି ଦେଇଥାନ୍ତି।ଯିଏ ଯାହା ଦେଲେ ସେଥିରେ କଷ୍ଟେ ମଷ୍ଟେ ଦିନ କାଟି କେତେବେଳେ ଅଇଁଠା ପତ୍ର ଚାଟି ନିଜ ପେଟକୁ ଠକି ଚାଲିଥାନ୍ତି ତ ଆଉ କେତେବେଳେ ବଦାନ୍ୟ ବ୍ୟକ୍ତି ତଥା ଦାତା ମାନଙ୍କ ଠାରୁ ପାଇ ନିଜ ମନକୁ ବୁଝାଇଥାନ୍ତି।ହେଲେ ଏମିତି ଅନେକ ମାନସିକ ରୋଗୀ ଅଛନ୍ତି, ଯାହା ଙ୍କ ଭାଗ୍ୟ ଉପରେ ଦୁଃଖ ର କଲାବାଦଲ ଢାଙ୍କି ହୋଇଥିବା ବେଳେ ଅଜାଣତରେ ଲୋକଙ୍କ ଆକ୍ରୋଶ ର ଶିକାର ମଧ୍ୟ ହୋଇଥାନ୍ତି।ହେଲେ କେତେ ବେଳେ ମଧ୍ୟ ସେମାନଙ୍କ ମନର ବେଦନା ପ୍ରକାଶ ପାଇ ନଥାଏ,କାରଣ ସେମାନେ ଜାଣି ନାହାନ୍ତି ସେମାନେ କିଏ, ସେମାନଙ୍କ ପରିଚୟ କ'ଣ ? ବେଳେବେଳେ ନଜର କୁ ଆସି ଥାଏ ପଶୁ ଠାରୁ ମଧ୍ୟ ହିନ ଜୀବନ ବିତାଉଥିବା ଦୃଶ୍ୟ ଓ ସେଇ ମାନଙ୍କ  ମୁହଁରେ ଚେନାଏ ହସ।କେତେବେଳେ ପୁଣି ଗାଁ ଠାରୁ ସହର ଚାରିଆଡ଼େ ସେ ରେଲୱେ ଷ୍ଟେସନ ହେଉ କି ବସଷ୍ଟାଣ୍ଡ ହେଉ ଏଣେତେଣେ ଘୁରିବୁଲି  ଲୋକ ହସା ହୋଇଥାନ୍ତି।ଏମାନଙ୍କ କଥା କେବେ ଯଦି କେହି ବୁଝିବାକୁ ଚେଷ୍ଟା କରନ୍ତି ତେବେ ଏମାନେ ନିରୁତ୍ତର।ମଣିଷ ହୋଇ ଜନ୍ମ ହୋଇଥିଲେ ମଧ୍ୟ ମଣିଷ ସମାଜ ର କଥା ଏମାନେ ମାନସିକ ରୋଗାଗ୍ରସ୍ତ ହୋଇ ବେଳେ ବେଳେ ବୁଝି ନଥାଆନ୍ତି।କେବଳ ଠାର ନାର ରେ କିଛି ଟା ମନ କଥା କହିବା ପାଇଁ ଚେଷ୍ଟା କରନ୍ତି।ତେବେ ଏଠି ପ୍ରଶ୍ନ ଉଠୁଛି ଯେ "ସବ୍ କା ସାଥ୍ ,ସବ୍ କା ବିକାଶ" ର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା।"ତେଲିଆ ମୁଣ୍ଡରେ ତେଲ" ଭଳି ଥିଲା ବାଲା ଙ୍କ ପାଇଁ ମାଳମାଳ ଯୋଜନା,ହେଲେ ଏବେବି "କିଏ ନ ପାଏ ଖୁଦ କୁଣ୍ଡା ଆହାର ତ ଆଉ କିଏ ପାଗଳ ହୋଇ ଖାଏ ପ୍ରହାର"।ତେବେ କାହା ପାଇଁ ସରକାର,କାହା ପାଇଁ ସେଇ ସରକାର ଙ୍କ ମାଳମାଳ ଯୋଜନା,ଏମାନେ କଣ ମଣିଷ ନୁହନ୍ତି ନାଁ ଏମାନଙ୍କ ବଞ୍ଚିବାର ଅଧିକାର ନାହିଁ।ରାତି ପାହିଲେ ବରଗଡ଼ ଜିଲ୍ଲା କୁ ପ୍ରଶାସନ,ନେତା ମନ୍ତ୍ରୀ,ଜନ ପ୍ରତିନିଧି ମାନଙ୍କ ସୁଅଛୁଟୁଥିଲେ ସୁଦ୍ଧା ଏମାନେ ଆଡ ନଜର ମଧ୍ୟ ଦେଖନ୍ତି ନାହିଁ l ହେଲେ ବର୍ଷ ବର୍ଷ ଧରି ପ୍ରହରୀ ସାଜି,ଖୋଲା ଆକାଶ ତଳେ ଜୀବନ ବିତାଉଥିବା,ଅଇଁଠା ଖାଇ ଦିନ କାଟୁଥିବା ନିରୀହ ମାନଙ୍କ ଉପରକୁ ଶୁଭ ଦୃଷ୍ଟି କିଭଳି ଭାବରେ ପଡୁନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ତେବେ ଦେଖା ଯାଉ ଆଉ କେବେ ଏମାନଙ୍କ ପ୍ରତି ସରକାରଙ୍କ ଶୁଭ ଦୃଷ୍ଟି ପଡି ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ ହେଉଛି ନାଁ ଦେଖି ନଦେଖିଲା ବାଲା ଙ୍କ ପାଇଁ  ସରକାର ଏୱାର୍ଡ  ଘୋଷଣା ପରେ ଘୋଷଣା କରିଚାଲିଛନ୍ତି !


News Comment




Photo in News

Advertisment
Lastest News
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026

You Might Also Like