-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
06-Dec-2021
ପଦ୍ମପୁର/ବିଜେପୁର(ନିରଞ୍ଜନ ତ୍ରିପାଠୀ): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରେ ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ରବିବାର ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ସର୍ବମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ lଏହି ପ୍ରତିଯୋଗିତାରେ ମାଝିପାଲି, ଯୋଖିପାଲି (ଖ),କମଲପଦର, ଯୋଖିପାଲି(କ), ଜାମପାଲି,ବଲଣ୍ଡା, ପି ଗଣ୍ଡପାଲି ଏବଂ ତାଳପଦର ଦଳକୁ ନିମନ୍ତ୍ରିତ କରାଯାଇଥିଲା l ଫାଇନାଲରେ ଯୋଖିପାଲି ଏବଂ ଜାମପାଲି ଦଳ ପରସ୍ପର ସହ ମୁକାବିଲା କରିଥିଲେ ଯେଉଁଥିରେ ଜାମପାଲି ଦଳ ବିଜୟୀ ହୋଇଥିଲେ l ବିଜୟୀ ଦଳକୁ ମୁଖ୍ୟ ଅତିଥି ଦିବସ କୁମାର ସାହୁ ୩୦୦୦ ଟଙ୍କା ପ୍ରଦାନ କରିଥିଲେ lଏହି ପ୍ରତିଯୋଗିତାକୁ ସମାଜସେବୀ ଅଶ୍ୱିନୀ କୁମାର ଦାସ, ଯୋଗେନ୍ଦ୍ର ସାହୁ, ଗଣେଶ ନାଏକ, ବିନୟ ଖମାରୀ, ସୁଜିତ ଡନସନା,ହମିଦ ମହାପାତ୍ର, ଚୂଡ଼ାମଣି ସାହୁ ପ୍ରମୁଖ ଆୟୋଜନ କରିଥିଲେ lଯୋଖିପାଲି କ୍ରିକେଟ କ୍ଲବର ପୂର୍ବତନ ଖେଳାଳୀ ରାଜେଶ ମହାପାତ୍ର ଏବଂ ଏକାଲବ୍ୟ ପ୍ରଧାନ ଖେଳ ପରିଚାଳନା କରିଥିଲେ