-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ରାଜ୍ୟ

ଭୁବନେଶ୍ୱରରେ ଶ୍ରେଷ୍ଠ ପ୍ରାମାଣିତ ପଦ୍ଧତି ସଂପ୍ରସାରଣ ଶୀର୍ଷକ ଆଞ୍ଚଳିକ ସମ୍ମେଳନ ଓଡ଼ିଶା ଅନେକ ଶ୍ରେଷ୍ଠ ପ୍ରାମାଣିତ ମୋଡ଼େଲର ଏନ୍ତୁଡ଼ିଶାଳ-କେନ୍ଦ୍ରୀୟ ସଚିବ ଶ୍ରୀ ସିଂ, ନାଗରିକଙ୍କୁ ସମୟାନୁବନ୍ଧିତ ସଠିକ୍ ସେବା ଯୋଗାଣ ପ୍ରଶାସନର ମୂଳ କର୍ତ୍ତବ୍ୟ- ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର

03-Dec-2021



ପୁରୀ /ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ )ଉତ୍ତମ ପ୍ରଶାସନ (ଗୁଡ ଗଭର୍ନାନ୍ସ୍ ) ପାଇଁ ଶ୍ରେଷ୍ଠ ପ୍ରାମାଣିତ (ବେଷ୍ଟ ପ୍ରାକ୍ଟିସ୍) ନମୁନା (ମୋଡ଼େଲ) ଗୁଡିକର ଅନ୍ୟତ୍ର ପ୍ରୟୋଗ ଶୀର୍ଷକ ଆଂଚଳିକ ସମ୍ମେଳନ ଆଜି ରାଜ୍ୟ ଲୋକସେବା ଭବନ କନ୍ଭେନସନ୍ କେନ୍ଦ୍ରଠାରେ ଉଦ୍ଘାଟିତ ହୋଇଯାଇଛି । 

ଭାରତ ସରକାରଙ୍କ ପ୍ରଶାସନିକ  ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଓ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗଙ୍କ ମିଳିତ  ଆନୁକୁଲ୍ୟରେ ଏହି ସମ୍ମେଳନ  ଆୟୋଜିତ  ହୋଇଛି । 

ଏଥିରେ ଓଡ଼ିଶା ସମେତ ଭାରତର  ଉତ୍ତର-ପୂର୍ବ ଏବଂ ପୂର୍ବାଞ୍ଚଳର ୧୫ ଟି ରାଜ୍ୟ ଯୋଗ ଦେଇଛନ୍ତି । ସମ୍ମେଳନଟି ଉଭୟ ବାସ୍ତବ ଏବଂ ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ହେଉଛି । ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ମଣିପୁର, ସିକିମ୍, ନାଗାଲ୍ୟାଣ୍ଡ, ମିଜୋରାମ, ତ୍ରିପୁରା, ଝାଡ଼ଖଣ୍ଡ, ବିହାର, ପଶ୍ଚିମ ବଙ୍ଗଳା, ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟରୁ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇଛନ୍ତି । 

ଉଦ୍ଘାଟନୀ ପର୍ଯ୍ୟାୟରେ ଯୋଗଦେଇ ଭାରତ ସରକାରଙ୍କ  ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ  ଶାସନ ସଚିବ ଶ୍ରୀ  ସଂଜୟ ସିଂ କହିଥିଲେ ଯେ ଓଡ଼ିଶା ଅନେକ ଶ୍ରେଷ୍ଠ  ପ୍ରାମାଣିତ  ନମୁନାର ଏନ୍ତୁଡିଶାଳ । ଓଡ଼ିଶାର ‘ଓସ୍ଓ୍ୱାନ୍,’ ‘ଇ-ଗଭର୍ନାନ୍ସ୍,’ ‘ଭାରତନେଟ୍-୨ୟ ପର୍ଯ୍ୟାୟ କାର୍ଯ୍ୟାନ୍ୱୟନ,’ ‘ମୋ ସରକାର,’ ସରକାରୀ ସେବା ପାଇବାର ଅଧିକାର ଆଇନ୍  ବଳରେ  କରାଯାଇଥିବା  ‘ଅନ୍ ଲାଇନ୍ ସେବା ଯୋଗାଣ,’ ‘‘ବିପର୍ଯ୍ୟୟ ପରିଚାଳନା’’ ଆଦି ଶ୍ରେଷ୍ଠ ପ୍ରାମାଣିତ  ମୋଡ଼େଲ ଭାବେ ଚିହ୍ନଟ ହୋଇଛି । 

ଶ୍ରୀ ସିଂ ଆହୁରି ମଧ୍ୟ କହିଥିଲେ ଯେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରାମାଣିତ  ପଦ୍ଧତି ଗୁଡିକୁ ଉତ୍ତମ ପ୍ରଶାସନିକ ବ୍ୟବସ୍ଥା ସହ  ସଂଯୋଜିତ କରି ଏହାର ବହୁମୁଖୀ ସୁଫଳ  ନାଗରିକଙ୍କ ନିକଟରେ  ପହଞ୍ଚାଇବା ନିମନ୍ତେ  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏପରି  ଆଞ୍ଚଳିକ  ସମ୍ମେଳନର ଆୟୋଜନ କରାଯାଉଛି । 

ସମ୍ମେଳନକୁ ଉଦ୍ବୋଧନ ଦେଇ  ମୁଖ୍ୟ ଶାସନ ସଚିବ  ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର  କହିଥିଲେ ଯେ ସମୟର  ପରିବର୍ତ୍ତନ ସହ  ସରକାରୀ ସେବା  ଯୋଗାଣ  ବାବଦରେ ନାଗରିକମାନଙ୍କର  ଆଶା ଓ ଆକାଂକ୍ଷା ବହୁ ପରିମାଣରେ ବୃଦ୍ଧି ପାଇଛି । ବର୍ତ୍ତମାନର ପିଢ଼ୀ (ଜେନେରେସନ୍)  ଘରୋଇ ସଂସ୍ଥା ସେବା ଭଳି ସରକାରୀ ସେବା ତୁରନ୍ତ ପାଇବାକୁ ଆଗ୍ରହୀ ।  

ଶ୍ରୀ ମହାପାତ୍ର ଆହୁରି ମଧ୍ୟ  କହିଥିଲେ ଯେ ଲୋକମାନଙ୍କୁ ସମୟାନୁବନ୍ଧିତ ଭାବେ ସଠିକ୍ ସେବା ଯୋଗାଇବା  ସରକାରୀ ବ୍ୟବସ୍ଥାର ମୌଳିକ ଲକ୍ଷ୍ୟ  ଓ କର୍ତ୍ତବ୍ୟ । ଏଥି ପାଇଁ ବୈଷୟିକ କୌଶଳର ପ୍ରୟୋଗ  ସହ ବିଭିନ୍ନ ରାଜ୍ୟ ମାନଙ୍କ ମଧ୍ୟରେ  ଅଭିଜ୍ଞତାର ଆଦାନ ପ୍ରଦାନ  ଏକାନ୍ତ ଜରୁରୀ ।  ଆନ୍ତଃ-ରାଜ୍ୟ ଆଂଚଳିକ  ସମ୍ମେଳନ ଏ ଦିଗରେ ଏକ ବଳିଷ୍ଠ ପଦକ୍ଷେପ । ଓଡ଼ିଶାରେ ଶ୍ରେଷ୍ଠ ପ୍ରାମାଣିତ  ମୋଡ଼େଲ ଗୁଡିକୁ ଆପଣମାନଙ୍କୁ ଅବଗତ କରାଇବା ସହ  ବର୍ତ୍ତମାନ ଓଡ଼ିଶାରେ ଆୟୋଜିତ ହେଉଥିବା ଜାତୀୟ ଏବଂ ଆନ୍ତର୍ଜାତୀୟ ଘଟଣାବଳୀର ପ୍ରତ୍ୟକ୍ଷ ଅନୁଭୁତି ଆପଣମାନଙ୍କୁ ଏହି ସମ୍ମେଳନ କାଳରେ ମିଳିବ । 

ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଭି ଶ୍ରୀ ନିବାସ ଉଦ୍ଘାଟନନୀ  ପର୍ଯ୍ୟାୟରେ ସ୍ୱାଗତ ଅବିଭାଷଣ ସେବା ସହ ସମ୍ମେଳନର ଉଦ୍ଦେଶ୍ୟ ବିଷୟ  ଉପସ୍ଥାପନ କରିଥିଲେ ।  ସେ କହିଥିଲେ ଯେ ପ୍ରଶାସନ ଓ ସେବା ଯୋଗାଣରେ  ଡ଼ିଜିଟାଲ୍ ମୋଡ଼ର ପ୍ରୟୋଗରେ ଓଡ଼ିଶା ଏକ  ଆଗୁଆ ରାଜ୍ୟ । 

ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀ  ସଂଜୀବ ଚୋପ୍ରା କହିଥିଲେ ଯେ  ଶ୍ରେଷ୍ଠ ପ୍ରାମାଣିତ ପଦ୍ଧତି ଗୁଡିକର ସଂପ୍ରସାରଣ ଏବଂ ପୁନଃ ପ୍ରୟୋଗ  ନିମନ୍ତେ ଏକ ସ୍ଥାୟୀ ଆନୁଷ୍ଠାନିକ ବ୍ୟବସ୍ଥାର ଆବଶ୍ୟକତା ଅଛି । ଏହି ସମ୍ମେଳନ ମାଧ୍ୟମରେ ଏପରି ଆନୁଷ୍ଠାନିକ  ବ୍ୟବସ୍ଥା  ସୃଷ୍ଟି କରାଯାଇ ପାରିବ । ଶ୍ରୀ ଚୋପ୍ରା ମଧ୍ୟ ଉଦ୍ଘାଟନୀ ପର୍ଯ୍ୟାୟରେ ଧନ୍ୟବାଦ ଜ୍ଞାପନ କରିଥିଲେ । 

ସମ୍ମେଳନର ୧ମ ଦିନ ଆଲୋଚନା ୫ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ଉଦ୍-ଘାଟନ ପରେ ୨ୟ ପର୍ଯ୍ୟାୟ ଓଡ଼ିଶା ସରକାରଙ୍କ ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ୩ୟ ପର୍ଯ୍ୟାୟ କେନ୍ଦ୍ରୀୟ ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଭି. ଶ୍ରୀନିବାସ, ୪ର୍ଥ ପର୍ଯ୍ୟାୟ କେନ୍ଦ୍ରୀୟ ଯୁଗ୍ମ ଶାସନ ସଚିବ ଶ୍ରୀ ଏନ୍.ବି.ଏସ୍. ରାଜପୁତ୍, ଏବଂ ୫ମ ପର୍ଯ୍ୟାୟ ମହାରାଷ୍ଟ୍ରର ସେବା ଅଧିକାର ଆୟୋଗ ମୁଖ୍ୟ କମିଶନର ଶ୍ରୀ ସ୍ୱାଧୀନ କ୍ଷତ୍ରୀୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । 

ଏହି ସବୁ ପର୍ଯ୍ୟାୟରେ ମହାରାଷ୍ଟ୍ର ଅନ୍ତର୍ଗତ ସୋଲାପୁର ଜିଲ୍ଲାର ଜଳ ସଂରକ୍ଷଣ ପ୍ରକଳ୍ପ, ତାମିଲ୍ନାଡୁ ଅନ୍ତର୍ଗତ ଶିବ୍ଗଙ୍ଗା ଜିଲ୍ଲାର ମୁର୍ତ୍ତିକା ଜୀବନର ଅନ୍ତସ୍ରୋତ, ଛତିଶଗଡ଼ ଅନ୍ତର୍ଗତ ସୁରଜ୍ପୁର ଜିଲ୍ଲାର ସକ୍ଷମ ସୁରଜ୍ପୁର, ସି.ଡାକ୍ ର ଇ-ସଞ୍ଜିବନୀ, ବୈଦେଶିକ ମନ୍ତ୍ରଣାଳୟର ଇ-ଗଭର୍ନାନ୍ସ ସଂପ୍ରସାରଣ ଏବଂ ପାସ୍ ପୋର୍ଟ ସେବା କେନ୍ଦ୍ର, ଆଂଚଳିକ ପ୍ରୋଭିଡେଣ୍ଟ ଫଣ୍ଡର ନର୍ବିଘ୍ନ ସେବା ପ୍ରଦାନ, ବାଇଓ-ଟେକ୍ନୋଲୋଜି ବିଭାଗର ସବୁଜ ଶକ୍ତିପ୍ରକଳ୍ପ, ହରିଆନା ର ନଗଦ କାରବାର ଶୂନ୍ୟ ପଦ୍ଧତି, ମଧ୍ୟପ୍ରଦେଶର ବ୍ୟବସାୟ ରୂପାନ୍ତରଣରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ପ୍ରକଳ୍ପ, ଗୁଜୁରାଟର ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ମାଧ୍ୟମରେ ପୁଷ୍ଟି ଯୋଗାଣ ଶୃଙ୍ଖଳ, ରାଜସ୍ଥାନର ପ୍ରତିଯୋଗିତାମୂଳକ କୃଷି ପ୍ରକଳ୍ପ, ପଞ୍ଜାବ ଅନ୍ତର୍ଗତ ଜଳନ୍ଧର ଜିଲ୍ଲାର ବାକିଆ କାମ ଶୁନ୍ୟ ପ୍ରକଳ୍ପ, କେରଳ ଅନ୍ତର୍ଗତ କସରଗଦ୍ ଜିଲ୍ଲାର ସମସ୍ତଙ୍କ ପାଖରେ ପହଞ୍ଚିବା ପ୍ରକଳ୍ପ, ଓଡ଼ିଶା ଅନ୍ତର୍ଗତ ସମ୍ବଲପୁର ଜିଲ୍ଲାର ଏକ ଜିଲ୍ଲା ଏକ ନମ୍ବର, ଏବଂ ରାଜସ୍ଥାନ ଅନ୍ତର୍ଗତ ସିରୋହି ଜିଲ୍ଲାର ଉନ୍ନତ୍ତ ସାଧାରଣ ସେବା ଯୋଗାଣ ପ୍ରକଳ୍ପ ଆଦି ଉପସ୍ଥାପିତ ଏବଂ ଆଲୋଚିତ ହୋଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like