-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
03-Dec-2021
ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଥାନା ଅନ୍ତର୍ଗତ ପୁଟୁପଡାର ମହିମା ଆଶ୍ରମ ର ମଠାଧିଶ କିଶୋର ଵାଵାଙ୍କୁ ମରାଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ୫ ଅଭିଯୁକ୍ତଙ୍କୁ ଗତକାଲି ଗିରଫ କରିଛି।ଅଭିଯୁକ୍ତ ମାନେ ପୁଟୁପଡାର ଖିରସିନ୍ଧୁ ନାୟକ(୬୦),ଗଣେଶ ନାୟକ(୩୩),ମନୋରଞ୍ଜନ ନାୟକ(୩୦),ଜଗସନ ନାୟକ(୨୮),ଶାନ୍ତୁନୁ ନାୟକ(୩୦)ଓ
ପରେ କୋର୍ଟ ଚାଲାଣ କରାଯାଇଛି।ସୂଚନା ଅନୁସାରେ ଗତ ନଭେମ୍ବର ମାସ ୨୪ତାରିଖ ଦିନ ଜମି ଵିଵାଦକୁ ନେଇ ମଠାଧିଶ କିଶୋର ଵାଵାଙ୍କୁ ଅଭିଯୁକ୍ତ ମାନେ ମରାଣାନ୍ତକ ଆକ୍ରମଣ କରିଥିଲେ, ଏନେଇ ପୋଲିସ ଏକ ମାମଲା ରୁଜ୍ଜୁ କରି କେସ ନମ୍ବର ୧୧୩/୨୧ ରେ ମାମଲା ରୁଜୁ କରି ଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କ ଠୁ ହାତଗୁଞା ନେଇ ଅଵହେଲା କରି ଵିଳମ୍ଵ କରୁଥିଲା ପୋଲିସ l ଗତ ୨୮ ନଭେମ୍ବରରେ ଆଖପାଖ ଅଞ୍ଚଳର ସାଧୁସନ୍ଥ ଓ ପ୍ରାୟ ୭୦୦ ରୁ ଉର୍ଦ୍ଧ୍ବ ଲୋକମାନେ ମିଳିତ ଭାବେ ସିନ୍ଧେକେଲା ଥାନା କୁ ଵହୁ ସମୟ ପର୍ଯ୍ୟନ୍ତ ଘେରାଉ
କରିଥିଲେ l ତାପରେ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ପ୍ରତିଶୃତି ଦେଵାରୁ ଥାନା ଘେରାଉ ରୁ ଓହରି ଯାଇଥିଲେ। ଉପରିସ୍ଥ ପୋଲିସ ଅଧିକାରୀ ହସ୍ତକ୍ଷେପ ଯୋଗୁଁ ଗତକାଲି ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମୀ ସାହୁଙ୍କ ରିପୋର୍ଟ)