-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
02-Dec-2021
ବଲାଙ୍ଗିର(ପ୍ରେରଣା ଖବର) : ଆଜି ସନ୍ଧ୍ୟାରେ ପ୍ରେସ କ୍ଲବ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା l ପ୍ରଥମେ ସ୍ଵର୍ଗତ ବେହେରାଙ୍କ ଅମର ଆତ୍ମାର ସଦଗତିି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା l ସ୍ଵର୍ଗତ ସତ୍ୟନାରାୟଣ ବେହେରା ଜନେ ବହୁମୂଖୀ ପ୍ରତିଭାର ଧନୀ ଥିଲେ l ମୃତ୍ୟୁ ପର୍ଯ୍ୟନ୍ତ ସାମ୍ବାଦିକତା କୁ ସେ ନିଷ୍ଠା ର ସହ ତୁଲାଇ ଆସିଥିଲେ l ଆଜି ର ଯୁବପିଢ଼ି ସତ୍ୟ ବେହେରାଙ୍କ ପରି ସାମ୍ବାଦିକ ଙ୍କ ଆଦର୍ଶ ଚିନ୍ତାଧାରା କୁ ଅନୁସରଣ କଲେ ଏହି ବୃତ୍ତି ର ମର୍ଯ୍ୟାଦା ବୃଦ୍ଧି ପାଇପାରିବ ବୋଲି ବକ୍ତା ମାନେ କହିଥିଲେ l ପ୍ରେସ କ୍ଲବ ସଭାପତି ଅରୁଣ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଟିତ ଏହି ଶୋକସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା, ସାମ୍ବାଦିକ ଗୋପବନ୍ଧୁ ସତପଥୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବୀରେନ୍ଦ୍ର ଝାଙ୍କର, ରଘୁ ନନ୍ଦନ ସିଂହ ସନ୍ଦୀପ କୁମାର କୁଅଁର, ଶରତ ମିଶ୍ର, ରଘୁ ନନ୍ଦନ ସିଂହ, ରିତୁରାଜ ସିଂହ, ଦିଲିପ ସାହୁ,ପ୍ରଶାନ୍ତ ମହାକୁଡ, ଦେବାଶିଷ ମିଶ୍ର, ଜୟପ୍ରକାଶ ମଟlରୀ, ରୁଦ୍ରଦେବ ପ୍ରଧାନ ପ୍ରମୁଖ ସ୍ଵର୍ଗତ ସତ୍ୟନାରାୟଣ ବେହେରାଙ୍କ ବୃତ୍ତିଗତ ଗାତ ଜୀବନର ବିଭିନ୍ନ ଦିଗ ଉପରେ ସ୍ମୃତି ଚାରଣ କରିଥିଲେ l