-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ଜିଲ୍ଲା

ହରିହେ ଗୁହାରି କରିବୁ କାହାକୁ.... ପ୍ରାୟ ଦୁଇବର୍ଷ ହେବ ମିଳିନାହିଁ ବିକ୍ରୀ ଧାନର ମୂଲ୍ୟ ୧୩ଲକ୍ଷ ୭୭ହଜାର ଟଙ୍କା

02-Dec-2021



ବରଗଡ/ଅତାବିରା:- ପାଖାପାଖି ଦୁଇବର୍ଷ ହେଲା ଚାଷୀଙ୍କୁ ମିଳିନାହିଁ  ବିକ୍ରି ଧାନର ମୂଲ୍ୟ ।ବର୍ତ୍ତମାନ  ପରିସ୍ଥିତିରେ  ଚାଷୀ ଦୁଇବର୍ଷ ହେଲା ତାର ବିକ୍ରି ଧାନର ମୂଲ୍ୟ ପାଇ ନଥିବା ବେଶ ଚର୍ଚ୍ଚାର ବିଷୟ ହେଇଛି। ଚାଷୀଙ୍କ  ସମସ୍ୟା କୁ ନେଇ ଅନେକ କଥା ଖବର କାଗଜରେ ,ଟି ଭି ରେ  ପ୍ରକାଶିତ ଓ ପ୍ରସାରିତ ହେଉଛି।କେଉଁଠି ଚାଷୀଙ୍କ ଧାନ  ବିଲରେ ନଷ୍ଟ ହେଲା କାଳ ବୈଶାଖୀ ର ପ୍ରଭାବରେ  ତ ଆଉ କେତେବେଳେ ସରକାରଙ୍କ ଟୋକନ ବ୍ୟବସ୍ଥା ରେ ଚାଷୀ ଛନ୍ଦି ହୋଇ ଧାନ ବିକ୍ରି କରି ନ ପାରିବା,ରୋଗ ପୋକ ଜନିତ ଫସଲ କ୍ଷୟକ୍ଷତି ଇତ୍ୟାଦି ଇତ୍ୟାଦି। ହେଲେ ଧାନ ବିକ୍ରି କରିଥିବା ସତ୍ତ୍ୱେ ଦୁଇ ବର୍ଷ ଧରି ଧାନର ମୂଲ୍ୟ ପାଇ ନଥିବା ଏକ ନୂଆଁ ଘଟଣା,ଯାହା ଘଟିଛି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ରେ। ଯେତେବେଳେ  କରୋନା  ମହାମାରୀର ପ୍ରଥମ ଲହରରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା, ଲୋକେ ଘରୁ ବାହାରକୁ ବାହାରୁ ନଥିଲେ , ସେଇ ସମୟରେ ନିଜ ଜୀବନକୁ ଭ୍ରୁକ୍ଷେପ  ନ କରି ଚାଷୀ ମାନେ ଚାଷ କରିଥିଲେ ହାଡ଼ ଭଙ୍ଗା ପରିଶ୍ରମ କରି।ଧାନ ଅମଳ ସମୟରେ ଶ୍ରମିକ ଅଭାବ ରହିଥିଲା। ବାହାର ଜିଲ୍ଲାରୁ ଶ୍ରମିକ ଆସୁନଥିଲେ।ଯଦି ବା ଜୀବିକାର୍ଜନ ପାଇଁ କେହି କାମପାଇଁ ଆସିବାକୁ ଚାହୁଁଥିଲା ଯାନ ବାହନ ଚଳାଚଳ ବନ୍ଦ ଥିଲା,  ସରକାର ଘୋଷଣା କରିଥିଲେ ଗୋଟିଏ ବୋଲେରୋ ରେ  ମାତ୍ର ୪ ଜଣ ଶ୍ରମିକ ଆସିପାରିବେ ।ଶ୍ରମିକ ବାବଦକୁ ଏଇ ଚାଷୀ ମାନେ ବହୁ ପରିମାଣର  ଅର୍ଥ ରାଶି ଖର୍ଚ୍ଚ କରି ମହାମାରୀ ସମୟରେ ଧାନ ଅମଳ କରି ବିକିଥିଲେ । ସେଇ ଚାଷୀ ମାନେ ହେଲେ ଅତାବିରା ଟୋପ  ଖଲିଆପାଲି ର ଆନ୍ଧ୍ର ପଡ଼ା ସ୍ଥିତ ଭାଗ ଚାଷୀ କେ ଭେଙ୍କଟ ରେଡ୍ଡୀ , ଏମ୍ ଗୋପାଳ ରେଡ୍ଡୀ,ପି ଭି ଡି ମହେଶ୍ୱର,ଯକ୍କା ଭେଙ୍କେଟ ଲକ୍ଷ୍ମୀ ଓ ଲସ୍ତଲା ର  ମହେଶ ଅଗ୍ରୱାଲ। ପ୍ରକାଶ ଥାଉ କି ଗତ ୨୦୨୦ ଖରିଫ ଋତୁରେ ଏଇ ଭାଗ ଚାଷୀଙ୍କ ଧାନ ଜମି ମାଲିକଙ୍କ ନାମରେ ମାର୍କେଟ ରେ  ବିକ୍ରି ହୋଇ ସାରିଛି।ତାର ସମସ୍ତ ପ୍ରମାଣ ବି ରହିଛି।ହେଲେ ଆକାଉଣ୍ଟରେ ପଇସା ପଡୁନି ଆଜିଯାଏଁ।ଏଇ ଚାଷୀ ମାନେ ଜମି ମାଲିକଙ୍କୁ କର ଟଙ୍କା ମଧ୍ୟ  ନିଜ ହାତରୁ ପୈଠ କରି ସାରିଛନ୍ତି।ହେଲେ ନିଜେ ବିକି ଥିବା ଧାନ ର ମୂଲ୍ୟ ଆଜି ଯାଏ ପାଇ ନାହାନ୍ତି ।ଏତଦ୍ ବ୍ୟତୀତ ଏଥିପାଇଁ ସେମାନେ ମାର୍କେଟ ୟାର୍ଡ଼  ରୁ ଆରମ୍ଭ କରି ସମବାୟ ବ୍ୟାଙ୍କ୍ , ମିଲର୍ସ୍,ଯୋଗାଣ ବିଭାଗ ଅଧିକାରୀ ଙ୍କ ପାଖକୁ ଦୌଡ଼ି ଦୌଡ଼ି  ହଜାର ହଜାର ଟଙ୍କା ଖର୍ଚ୍ଚ କରି ଅର୍ଥହାନି  ସହ ପ୍ରାଣ ପୀଡl  ଭୋଗି ସାରିଛନ୍ତି। ଶେଷରେ ଜିଲ୍ଲାପାଳ ଙ୍କୁ ମଧ୍ୟ ଗତ ୨୦/୯/୨୧ ମେଲ ମାଧ୍ୟମରେ ଜଣାଇ ସାରିଛନ୍ତି। ସେମାନେ ବିଧାୟିକା ଙ୍କୁ ଭେଟି ଏହି ବିଷୟରେ ଅବଗତ କରାଇଥିଲେ।ଭୁବନେଶ୍ୱର ଗଲେ ସେଠାରେ ଏ କଥା ଉଠାଇବି  ଓ ଏହାର ସମାଧାନ ହେବା ବୋଲି ବିଧାୟିକା ପ୍ରତିଶ୍ରୁତି ଦେଇଥିବା ଏହି ଚାଷୀମାନେ କହନ୍ତି।  ହେଲେ କେହି ବି ତାଙ୍କ ସମସ୍ୟାର ସମାଧାନ କରିପାରି ନଥିବା ବଡ ଦୁଃଖ ର ବିଷୟ। କେ ଭେଙ୍କଟ ରେଡ୍ଡୀ ଙ୍କ ୨୮୦ କ୍ଵିଣ୍ଟାଲ ୨୮ କେଜି,ଏମ୍ ଗୋପାଳ ରେଡ୍ଡୀ ଙ୍କ ୮୯ କ୍ଵିଣ୍ଟାଲ ୮୦ କେଜି,ପି  ମହେଶ୍ୱର ଙ୍କ ୧୨୬ କ୍ଵିଣ୍ଟାଲ ୨୬ କେଜି, ଯକ୍କା ଭେଙ୍କେଟ୍ ଙ୍କ ୧୪୫ କ୍ଵିଣ୍ଟାଲ ୬୦ କେଜି,ମହେଶ ଅଗ୍ରୱାଲ ଙ୍କ ୧୦୮ କ୍ଵିଣ୍ଟାଲ ୧୪ କେଜି  ଧାନର ମୋଟ ମୂଲ୍ୟ ୧୩ ଲକ୍ଷ ୭୭ ହଜାର ୯୧୧ ଟଙ୍କା  ମିଳିନାହିଁ।ଏତେ ଗୁଡିଏ ଟଙ୍କା ପାଇ ନଥିବା ଚାଷୀଙ୍କ  ମାନସିକ ସନ୍ତୁଳନ ନଷ୍ଟ ହେବା ସ୍ଵାଭାବିକ କଥା। କିନ୍ତୁ ଆଶାରେ ମଣିଷ ବଞ୍ଚିରହେ,ଆଜି ଏକଥା ଏଇ ଭାଗ ଚାଷୀ ମାନେ ପ୍ରମାଣିତ କରିଛନ୍ତି ଦୀର୍ଘ ଦିନ ଧରି ଆଶାରେ ବଞ୍ଚିରହି।ତଥାପି ଏମାନଙ୍କ  ସମସ୍ୟା କୁ ଆଜି ଯାଏ କେହି ବୁଝି ତାର ଉଚିତ ପଦକ୍ଷେପ ଉଠାଉ ନ ଥିବା  ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ତେବେ ଏମାନେ ଜୀବିତ ଥାଉ ଥାଉ ନିଜ  ଧାନ ର ମୂଲ୍ୟ ପାଇବେ ତ?


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like