-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
01-Dec-2021
ନୂଆଦିଲ୍ଲୀ: ଆଣ୍ଡାମାନ ସାଗରର କେନ୍ଦ୍ରାଞ୍ଚଳ ଉପରେ ସୃଷ୍ଟ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଡିସେମ୍ବର ୨ ସୁଦ୍ଧା ତୀବ୍ର ଅବପାତ ପାଲଟିବାର ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି। ତା’ପରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ତୀବ୍ରତର ହୋଇ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସାମୁଦ୍ରିକ ବାତ୍ୟା (ଜୋୱାଦ୍) ପାଲଟିବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ କହିଛି।
ଉପରୋକ୍ତ ସାମୁଦ୍ରିକ ବାତ୍ୟା ଉତ୍ତରପଶ୍ଚିମ ଦିଗରେ ଗତିଶୀଳ ହୋଇ ଆହୁରି ତୀବ୍ରତର ହେବା ସହ ଡିସେମ୍ବର ୪ ତାରିଖ ସକାଳ ବେଳକୁ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ପହଞ୍ଚିବ।
ସାଉଦୀ ଆରବ ନାଁ ଦେଇଥିବା ଏହି ବାତ୍ୟାକୁ ‘ଜୱାଦ’ (ଇଂରାଜୀ ବନାନ Jawad) କୁହାଯାଉଥିଲେ ବି ଏହାର ପ୍ରକୃତ ଉଚ୍ଚାର ହେଉଛି ‘ଜୋୱାଦ୍’। ଆରବୀୟ ଭାଷାରୁ ଉତ୍ପନ୍ନ ‘ଜୋୱାଦ’ ଶବ୍ଦର ଅର୍ଥ ହେଉଛି ‘ମହତ୍’, ‘ଉଦାର’ ଏବଂ ‘ଶିଷ୍ଟ’
।( ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ )