-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
24-Nov-2021
ପୁରୀ: (ସମୀର ରଞ୍ଜନ ନାୟକ): ଆଜି ଶ୍ରୀ ମନ୍ଦିର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଗଜପତି ମହାରାଜା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉପସ୍ଥିତ ରେ lଏଥି ବାଚସ୍ପତି ଡା ସୂର୍ଯ୍ୟନାରାୟଣ ପାତ୍ର ସାମିଲ ଥିଲେ। ପ୍ରକଳ୍ପରେ ଶ୍ରୀମନ୍ଦିର ସୁରକ୍ଷା କରିଡ଼ର ସୌନ୍ଦର୍ଯ୍ଯକରଣ ଉପରେ ଗୁରୁତ୍ଵ ଦିଆଯିବ। ସୁରକ୍ଷା କରିଡ଼ର ଚତୁର୍ପାଶ୍ଵରେ ସବୁଜ ବଳୟ ସୃଷ୍ଟି କରାଯିବ। ଭକ୍ତଙ୍କ ପାଇଁ ପରିକ୍ରମା ପଥ ନିର୍ମାଣ କରାଯିବ। ମନ୍ଦିର ଚାରିପଟେ ଥିବା ମଠ ମନ୍ଦିର ଗୁଡ଼ିକର ପୁନଃ ବିକାଶ କରାଯିବ। ଏହି ପ୍ରକଳ୍ପର ନିର୍ମାଣ ପାଇଁ ଟାଟା କମ୍ପାନୀକୁ ଦାୟିତ୍ଵ ଦିଆଯାଇଛି ବୋଲି ଜଣାପଡିଛି।
ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ୩ ଅତିରିକ୍ତ ଏସପି, ୧୦ ଡିଏସପି, ୪୦ ଇନ୍ସପେକ୍ଟରଙ୍କ ସହ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଶିଳାନ୍ୟାସ ପରେ ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକ ବ୍ୟାଟେରୀ ଚାଳିତ ଗାଡିରେ ବସି ପ୍ରକଳ୍ପର ପରିଦର୍ଶନ କରିଥିଲେ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମଗ୍ର ଜଗନ୍ନାଥ ଭକ୍ତଙ୍କ ପାଇଁ ଆଜି ଇତିହାସ ର ଦିନ ଏବଂ ଓଡିଶା ବାସୀ ଙ୍କ ପାଇଁ ଏକ ପବିତ୍ର ଦିନ