-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
23-Nov-2021
ବରଗଡ: ରାଜ୍ୟ ସରକାର ୨୦୧୮ ମସିହାରୁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧୀନରେ ପ୍ରତ୍ୟେକ ଗ୍ରାମରେ ଗୋଟିଏ ଲେଖାଏଁ ଗ୍ରାମୀଣ ଉଦ୍ୟାନ ନିର୍ମାଣ କରିବା ପାଇଁ ଯୋଜନା କରିଥିଲେ l୨୦୧୮ ମସିହାରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୧୪ ଟି ବ୍ଲକରେ ୫ ଟି ଲେଖାଏଁ ଗ୍ରାମୀଣ ପାର୍କ ନିର୍ମାଣ ନିମନ୍ତେ ଏକ ମାର୍ଗଦର୍ଶିକା ଜାରି କରିଥିଲେ l ୨୦୨୧ ମସିହାରେ ଏହି ସଂଖ୍ୟା ବୃଦ୍ଧି ହୋଇ ପ୍ରତ୍ୟେକ ବ୍ଲକର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଅନ୍ୟୁନ୍ନ ଗୋଟିଏ ଲେଖାଏଁ ଗ୍ରାମୀଣ ପାର୍କ ନିର୍ମାଣ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଆସିଥିଲା ଯାହାକୁ ନେଇ ବରଗଡ଼ ଜିଲ୍ଲା ଗ୍ରାମ୍ୟ
ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ ବରଗଡ଼ ଜିଲ୍ଲାର ପ୍ରତ୍ୟେକ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ଗତ ୨୪.୦୯.୨୦୨୧ ତାରିଖରେ ଏକ ଚିଠି କରିଥିଲେ କିନ୍ତୁ "ମୋତେ ଯେତେ ମାଠିବୁ ମାଠ,ମୁଁ ସେଇ ଦରପୋଡ଼ା କାଠ" ଭଳି କୌଣସି ଗ୍ରାମ ପଞ୍ଚାୟତରୁ ତତ୍ପରତା ପ୍ରକାଶ କଲେନାହିଁ l ଏହାଦ୍ୱାରା ପ୍ରତ୍ୟକ୍ଷ ଭାବେ ଜିଲ୍ଲାର ବାତାବରଣ ନଷ୍ଟ ହେବାରେ ଲାଗିଛି l ଗୋଟିଏ ପଟେ ପୁରୀ, ଗଞ୍ଜାମ, ଭଦ୍ରକ ଭଳି ଜିଲ୍ଲାରେ ଅନେକ ଗ୍ରାମୀଣ ପାର୍କ ନିର୍ମାଣ କରାଯାଇଥିବା ବେଳେ ବରଗଡ଼ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନଙ୍କ ଆନ୍ତରିକତା ଅଭାବରୁ ବରଗଡ଼ ଜିଲ୍ଲା ସବୁଜ ସୁନ୍ଦର ହେବାରୁ ବଞ୍ଚିତ ହେଉଛି l ଏଥିପ୍ରତି ବରଗଡ଼ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ସ୍ୱତନ୍ତ୍ର ଧ୍ୟାନ ଦେବାର ଆବଶ୍ୟକତା ଅଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l