-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
23-Nov-2021
ଟିଟିଲାଗଡ଼ (ସନ୍ତୋଷ କୁମାର ନାଏକ) :ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ର ବିଜୁ ମହିଳା,ଯୁବ ଓ ଛାତ୍ର ଜନତା ଦଳ ତରଫରୁ ସାରାଦେଶରେ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ରରେ ଥିବା ବିଜେପି ନେତୃତ୍ଵାଧୀନ ସରକାରଙ୍କ ଜନ ମାରଣ ନୀତି ଯୋଗୁଁ ସାଧାରଣ ଲୋକେ ମହାଙ୍ଗାମାଡ଼ର ଶିକାର ହେଉଥିବା ନେଇ ବିଜେଡି ନେତୃବୃନ୍ଦ ପ୍ରକାଶ କରିବାସହ ୨୦୧୪ ମସିହାରେ ଗ୍ୟାସ ସିଲିଣ୍ଡର ମୂଲ୍ୟ ୪୧୪ ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ୯୦୦ ଟଙ୍କାରୁ ଉର୍ଦ୍ଧ୍ବ ରେ ପହଞ୍ଚିଥିବା ପ୍ରକାଶ କରିଥିଲେ।ବିଜେଡି ଏହି ଦର ବୃଦ୍ଧିକୁ ଏକ ଜନ ଆନ୍ଦୋଳନରେ ପରିଣତ କରି ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ରକରିବାକୁ କରିବାକୁ ଉପସ୍ଥିତ ବିଜେଡି ନେତା ମାନେ ପ୍ରକାଶ କରିଥିଲେ । ବିଜେଡି ଜିନ୍ଦାବାଦ ବଦଳରେ ବିଜେପି ଜିନ୍ଦାବାଦ, ବିଜେଡ଼ି ମୁର୍ଦାବାଦ ଭଳି ନାରା ଦେଇ ପ୍ରତିବାଦକୁ ନେଇ ଲୋକହସା ହେବା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଏଭଳି ପ୍ରତିବାଦକୁ ଦଳୀୟ କର୍ମୀ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଆୟୋଜିତ ଏହି ଗଣଧାରଣାରେ ବିଜେଡି ନେତ୍ରୀ ରମାକାନ୍ତ ପୁଟେଲ, ଗୀତା ବିଶି,ସୁକାନ୍ତି ପାଢ଼ୀ,ରଶ୍ମିତା ପ୍ରଧାନ,ସଂଗୀତା ଷଡଙ୍ଗୀ,ରୀମା ବାଗ,ବିଜେଡି ବରିଷ୍ଠ ନେତା ପ୍ରମୋଦ ପ୍ରଧାନ,ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ ମିଶ୍ର,ପୁଶୁ ଜୈନ,ପ୍ରେମ ଜୈନ, ଜଗଦୀଶ ମହାଲୀଙ୍ଗ,ରୁଟୁ ବାଗ,ଅରୁଣ ବାଗ,ଗୋବର୍ଦ୍ଧନ ନାଗ,ଧ୍ରୁବ ଚରଣ ସାହୁ,ବୈକୁଣ୍ଠ ନାଗଙ୍କ ସହ ବହୁ ମହିଳା ଓ ପୁରୁଷ କର୍ମୀ ଉପସ୍ଥିତ ଥିଲେ।ଦଳ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।