-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
23-Nov-2021
ପଦ୍ମପୁର:-ଚଳିତ ଖରିଫ ଫସଲର ଧାନ ବିକ୍ରୟ ସୁରୁଖୁରୁରେ ଚଳେଇବା ପାଇଁ ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ସମବାୟ ବିଭାଗ ଏବଂ ନିୟନ୍ତ୍ରିତ ବଜାର କମିଟି ତରଫରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି lରାଜବୋଡାସମ୍ବର କୃଷକ ସଂଗଠନ,ପଦ୍ମପୁର କୁ ମଧ୍ୟ ଏହି ବୈଠକ ରେ ଯୋଗଦାନ କରିବାପାଇଁ ନିମନ୍ତ୍ରଣ କରାଯାଇଥିଲା lସହ ନିବନ୍ଧକ ଶ୍ରୀଯୁକ୍ତ ମଧୁସୂଦନ ମେହେର ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ତରଫରୁ ଧାନ ବିକ୍ରି ର ସମସ୍ତ ପ୍ରକାର ର ଗାଇଡ ଲାଇନ କୁ ଖୁବ୍ ପ୍ରାଞ୍ଜଳ ଭାବରେ ଚାଷୀ ମାନଙ୍କୁ ବୁଝାଇଥିଲେ lଉଭୟ ସଂସ୍ଥା ତରଫରୁ ଧାନ ବିକ୍ରି ଉପରେ ଏକ ଲିପଲେଟ ଚାଷୀ ମାନଙ୍କୁ ଗାଁ ଠୁ ଗାଁ ଯାଏ ବଣ୍ଟନ କରାଯିବା ସଙ୍ଗେ ସଙ୍ଗେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଚାଷୀ ମାନଙ୍କୁ ସଚେତନତା କରାଯାଉଛି lଏ ଭଳି ପଦକ୍ଷେପ କୁ ସମଗ୍ର ଚାଷୀ କୂଳ ସ୍ୱାଗତ ଜଣାଇଛନ୍ତି lଏ ପରିପ୍ରେକ୍ଷୀରେ ସରକାର ଙ୍କ ତରଫ ରୁ ମିଳୁଥିବା ଧାନ ବିକ୍ରି ସମ୍ବନ୍ଧୀୟ ଫିଜ ଯାହା ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି (ଆର.ଏମ.ସି)ରେ ଜମା ହୋଇଛି lଏହାର ବିନିଯୋଗ କରି ବିଭିନ୍ନ ପିପିସି ରେ ସେଡ୍ ଓ ବାଉଣ୍ଡାରୀ ତିଆରି କରି ମଣ୍ଡି ମାନଙ୍କର ନବିକରଣ ଏବଂ ଉନ୍ନତିକରଣ ରେ ଲଗାଯାଉ ବୋଲି ଏକ ଦରଖାସ୍ତ ବଜାର କମିଟି ର ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ ଦାଶ ଙ୍କୁ ସଂଗଠନ ତରଫରୁ ଦିଆଯାଇଛି lପଦ୍ମପୁର ବଜାର ପ୍ରାଙ୍ଗଣରେ ଧାନ ରଖିବାନେଇ ବିରାଟ ସେଡ ନିର୍ମାଣ ପ୍ରକ୍ରିୟା ରେ ଅଛି ଏହାଦେଖି ଚାଷୀ ମାନେ ଏ ଭଳି ପଦକ୍ଷେପ କୁ ସ୍ୱାଗତ କରିଛନ୍ତି lଅନ୍ୟାନ୍ୟ ପିପିସି ରେ ଏ ଭଳି ପ୍ରୟାସ ଚାଲୁ କରିଥିବା ମଧ୍ୟ ଶ୍ରୀଯୁକ୍ତ ମେହେର ଏବଂ ଶ୍ରୀଯୁକ୍ତ ଦାଶ ମତ ପ୍ରଦାନ କରିଥିଲେ lଖୁବ ଶିଘ୍ର ମଣ୍ଡି ମାନଙ୍କରେ ଚାଷୀଭାଇ ମାନଙ୍କର କଷ୍ଟ ଉପାର୍ଜିତ ଧାନ ଯେପରି ବର୍ଷା ପାଣିରେ ନ ଭିଜେ କିମ୍ବା ବୁଲା ଗୋରୁଗାଈ ଖାଇ ନ ଯାଆନ୍ତି, ଚୋରି
ନହେବାକୁ ମଧ୍ୟ ଧ୍ୟାନ ଦିଆଯିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି lଜିଲ୍ଲା ପ୍ରଶାସନ ର ଏ ଭଳି ମହତ ପ୍ରୟାସ କୁ ଚାଷୀ ମହଲରେ ପ୍ରଶଂସା କରାଯାଇଛି lପଦ୍ମପୁର ଧାନ କିଣା ଏତେ ଡେରି କାହିଁକି ର ପ୍ରଶ୍ନ ର ଉତ୍ତର ରେ ଉତ୍ତର ମିଳିପାରିନଥିଲା lସମଗ୍ର ଜିଲ୍ଲା ରେ ୨୫ ତାରିଖ ଧାନ କିଣା ପ୍ରକ୍ରିୟା ଘୋଷଣା ହୋଇସାରିଛି ହେଲେ ପଦ୍ମପୁର ରେ ଡିସେମ୍ବର ୧ ତାରିଖ କାହିଁକି ଏ ପ୍ରଶ୍ନ ର ଉତ୍ତର ରେ କୃଷି ବିଭାଗ ର ନିଷ୍ପତ୍ତି କୁ ଭିତ୍ତିକରି ଡିସେମ୍ବର ୧ ତାରିଖ ରଖାଯାଇଛି ବୋଲି ଏଆରସିଏ ମତପ୍ରଦାନ କରିଥିଲେ l୨୫ ତାରିଖ ପରେ ଯେ କୌଣସି ସମୟରେ ମଣ୍ଡି କୁ ଧାନ ଅଣାଯାଇ ଏହାର ଜବାବ ମଗାଯିବ ବୋଲି ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି lଏ ଆଲୋଚନା ରେ କୃଷକ ସଂଗଠନ ର ଆବାହକ ଅଶୋକ କୁମାର ସାହୁ,ଆଇନ ପରାମର୍ଶଦାତା ଶ୍ରୀମାନ ଅଜିତ ଶତପଥି ଙ୍କ ବ୍ୟତୀତ ସଦସ୍ୟ ସର୍ବଶ୍ରୀ:-ଦେବରାଜ ସାହୁ, ଚିତ୍ତରଞ୍ଜନ ପାଣ୍ଡେ, ପ୍ରଶାନ୍ତ ପ୍ରଧାନ, କୈଳାସ ବାରିକ, ଆଶିଷ ବିଶ୍ୱାଳ, ସଭାପତି-ଅଶୋକ ସାହୁ(ଆଞ୍ଚଳିକ କୃଷକ ସଂଗଠନ) ଝାରବନ୍ଧ,ଡୋଲାମଣୀ ଚୈାଧୁରୀ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l