-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
23-Nov-2021
ଗଞ୍ଜାମ (ଉମା ମହାରଣା) :ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ କେନ୍ଦୁପଦର ନିକଟ ଏକ ବନ୍ଦ କୋଠରୀରୁ ବିପୁଳ ପରିମାଣର ବିଦେଶୀ ଚୋରା ମଦ ଜବତ ହୋଇଛି l ଅବକାରୀ କମିଶନର ଆଶିଷ ସିଂ ଙ୍କ ନିର୍ଦେଶ କ୍ରମେ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କୁୱାର୍ଡ ର ଏକ ଟିମ ଅଚାନକ କେନ୍ଦୁପଦର ସ୍ଥିତ ଏକ ବନ୍ଦ ଘରେ ଚଢ଼ାଉ କରିଥିଲା l ରାଜ୍ୟ ଫ୍ଲାଇଙ୍ଗ ସ୍କୁୱାର୍ଡ଼ ର
ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ 16 ଜଣିଆ ଟିମ ଘଟଣା ସ୍ଥଳରେ ପହଂଚି ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି l ଯାହାର ଆନୁମାନିକ ମୂଲ୍ୟ ଦେଢ଼ଲକ୍ଷ ଟଙ୍କା ହେବା ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଥିବା ବେଳେ ଗିରଫ ଯୁବକ ଙ୍କୁ ଡାକ୍ତର ମଇନା ପରେ କୋର୍ଟ ଚାଲାଣ କରାଯଇଛି l ଏହି ଚଢ଼ାଉରେ ଅବକାରୀ ବିଭାଗ ସହିତ ଗାଙ୍ଗପୁର ଥାନା ପୋଲିସ ଉପସ୍ଥିତିରେ ଚଢ଼ାଉ ହୋଇଥିବା ଜଣାପଡିଛି l