-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
23-Nov-2021
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସନ୍ଥ କବି ଭୀମ ଭୋଇ ସନ୍ଥ ସାହିତ୍ୟର ପ୍ରଚାରକ ଓ ମୌଳିକ ବିଚାରବାଦୀ କବି ଥିଲେ। ତାଙ୍କ ଜନ୍ମ ସ୍ଥାନ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅନ୍ତର୍ଗତ ମଧୁପୁର ଗ୍ରାମକୁ ତୀର୍ଥ ସସ୍ଥାନର ମାନ୍ୟତା ଦାବି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରେଢାଖୋଲ ଏନଏସି ସ୍ଥିତ ଭୀମ ଭୋଇ କଲ୍ୟାଣ ମଣ୍ଡପ ଠାରେ ଭୋଇ ଜନ୍ମ ପୀଠ ଓ ସ୍ମୃତି ରକ୍ଷା କମିଟି ଆନୁକୂଲ୍ୟରେ ଆୟୋଜିତ ଏକ ଆଲୋଚନା ଚକ୍ର ଶୀର୍ଷକ" ସନ୍ଥ କବି ଭୀମ ଭୋଇଙ୍କ ସନ୍ଥ ସାହିତ୍ୟ ଦର୍ଶନ ଓ ଜୀବନ,, କାର୍ଯ୍ୟକ୍ରମରେ କବି ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରକାଶ କରିଛନ୍ତି। ଅନାନ୍ୟ ଅତିଥି ଭାବରେ ବାବା ଶେଷ ଦେବ ଦାସ ଯୋଗ ଦେଇ ଭୀମ ଭୋଇଙ୍କ ବାଣୀ କିଭଳି ରାଜ୍ୟ ସ୍ତରରୁ ଜାତୀୟ ସ୍ତର ଦେଇ ଆନ୍ତର୍ଜାତିୟ ସ୍ତରରେ କିପରି ପହଞ୍ଚି ପାରିବ ସେ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ଭୀମ ଭୋଇ କଲେଜର ଓଡ଼ିଆ ବିଭାଗର ଅଧ୍ୟାପକ ମାନ ଭଞ୍ଜନ କଅଁର କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ସନ୍ଥ ଭୀମ ଭୋଇଙ୍କର ସୃଷ୍ଟିର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ତାଙ୍କ ସାହିତ୍ୟ ଓ ଦର୍ଶନ ସମ୍ପର୍କରେ ଅଧିକରୁ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରି ଥିଲେ। ଏଥି ଅନାନ୍ୟ ନିମନ୍ତ୍ରଣ ଅତିଥି ମାନଙ୍କ ମଧ୍ୟରେ ରେଢାଖୋଲ ବିଡ଼ିଓ ପରୀକ୍ଷିତ ସାହୁ, ତହସିଲଦାର ବ୍ରେସିୟସ ଡୁଙ୍ଗଡୁଙ୍ଗ, ସମାଜସେବୀ ଗୋବିନ୍ଦ ଅଗ୍ରୱାଲ, ପ୍ରଦୀପ ପ୍ରଧାନ, ପ୍ରତାପ ପ୍ରଧାନ, ମଧୁବନ ସାହିତ୍ୟ ସଂସଦ ନାକଟିଦେଉଳର ସଭାପତି ଅବଧୂତ ବିଶ୍ୱାଳ, ବିଶିଷ୍ଠ ସାହିତ୍ୟ ପ୍ରେମୀ ରଘୁନାଥ ପ୍ରଧାନ ପ୍ରମୁଖ ମଞ୍ଚସିନ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବର୍ଷିୟନ ଗବେଷକ ହୃଷିକେଶ ପ୍ରଧାନ, ଗଣପତି ବେହେରା, ହାଡ଼ିବନ୍ଧୁ ସୁନା, ନରହରି ପ୍ରଧାନ, ନରୋତ୍ତମ ପ୍ରଧାନ, ଶାନ୍ତି ମାତା, ଅକ୍ଷୟ ମହାକୁଡ଼, ଓ ରମେଶ ପ୍ରସାଦ ସ୍ୱାଇଁ ପ୍ରମୁଖ ଭୀମ ଭୋଇ ସାହିତ୍ୟ ପ୍ରେମୀ ଉପସ୍ଥିତ ରହି ନିଜ ନିଜର ମତ ପ୍ରଦାନ କରିଥିଲେ।