-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
22-Nov-2021
ବଲାଙ୍ଗିର, (ପ୍ରେରଣା ଖବର) : ପୂର୍ବତନ ମନ୍ତ୍ରୀ ତଥା ବଲାଙ୍ଗୀରର ପୂର୍ବତନ ବିଧାୟକ ସ୍ଵର୍ଗତ ମୁଜାଫର ହୁସେନ୍ ଖାନ୍ ଙ୍କ ବଡ଼ ପୁଅ ମେହେଫୁଜ ହୁସେନ୍ ଖାନ୍ ଙ୍କ ଆଜି ଭୁବନେଶ୍ବର ଆମରି ହସ୍ପିଟାଲ ରେ ଦିନ ୧୧ ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି l ମ୍ରୁତ୍ୟୁ ସମୟରେ ତାଙ୍କୁ ୪୬ ବର୍ଷ ହେଉଥିଲା lସେ କିଛି ଦିନ ଧରି ନିମୋନିଆ ରୋଗରେ ପୀଡିତ ଥିଲେ l ବଲାଙ୍ଗିରରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ମେହେଫୁଜଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଥିଲା l ତେବେ ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଆଜି ମେହେଫୁଜଙ୍କ ପ୍ରାଣବାୟୁ ଉଡିଯାଇଥିଲା l ଜଣେ କ୍ରିକେଟ୍ ଖେଳାଳୀ ଓ ସଂଗଠକ ଭବରେ ମେହେଫୁଜ ସାରା ଜିଲ୍ଲାରେ ପରିଚିତ ଥିଲେ l ମୃତ୍ୟୁ ଶଯ୍ୟାରେ ତାଙ୍କର ଦୁଇ ଝିଅ, ସ୍ତ୍ରୀ ଓ ଭାଇ ମଝହବ୍ ହୁସେନ୍ ଖାନ୍ ଉପସ୍ଥିତ ଥିଲେ l ଆଜି ମେହେଫୁଜଙ୍କ ପାର୍ଥିବ ଶରୀର ଭୁବନେଶ୍ବରରୁ ବଲାଙ୍ଗିର ଅଣାଯିବ ଏବଂ ଗତକାଲି ତାଙ୍କର ଅନ୍ତେଷ୍ଟି କ୍ରିୟା ସମାପନ ହେବ ବୋଲି ପରିବାର ସୂତ୍ରରୁ ପ୍ରକାଶ l ମେହେଫୁଜଙ୍କ ଅକାଳ ବିୟୋଗରେ ବଲାଙ୍ଗିରରେ ବିଭିନ୍ନ ମହଲରେ ଶୋକପ୍ରକାଶ ପାଇଛି l