-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
20-Nov-2021
ବଲାଙ୍ଗିର (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମହଲାଇ ପଞ୍ଚାୟତ ର ବଲାର୍ପାଳି ଗାଁ କୁ ଆଜି ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ତଥା ଆପ ଓଡିଶା ମୁଖପାତ୍ର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ଏବଂ ଜିଲ୍ଲା ସମ୍ପାଦକ ଶଙ୍କର୍ଷଣ ମହାପାତ୍ର,ସୋସିଆଲ୍ ମିଡିଆ ଇନ୍ଚାର୍ଜ ଅଶୋକ ସୁନା, ୟୁଥ୍ ଲିଡର ଅମନ୍ ମହାପାତ୍ର ଏବଂ ଶିଶିର ବାଗ ଆଦି ବଲାର୍ପାଳି ଗାଁ କୁ ଯାଇ ଗାଁ ଲୋକମାନେ ଖାଉଥିବା ପାଣି ଚିକ୍ ଚିକ୍ ଓ ତେଲିଆ ଥିବା ଯୋଗୁଁ ଅନେକ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେଥିପାଇଁ ଗାଁରେ ଘର ଘର ବୁଲି ଗାଁରେ ଥିବା କିଡ୍ନୀ ରୋଗୀ ବିପ୍ର ସାହୁ, ଅର୍ଚ୍ଛ ସାହୁ, ପଙ୍କଜ ଛତ୍ରୀଆ, ଟେକ ଭୋଇ, ସଜନା ମହାନନ୍ଦ ଆଦି ସମସ୍ତଙ୍କୁ ଭେଟି ଥିଲେ ।ଏବଂ ତାଙ୍କ ପରିବାର ଲୋକ ଙ୍କ ସହିତ ଆଲୋଚନା କରି ଏହି ସମସ୍ୟାର ସମାଧାନ ପାଇଁ ବାଟ ବାହାର କରିଛନ୍ତି। ଆଗରୁ ଯେଉଁ ମାନେ କିଡ୍ନୀ ରୋଗ ରେ ମୃତ୍ଯ ବରଣ କରିଥିଲେ ସେମାନଙ୍କ ପରିବାର ଲୋକଙ୍କୁ ଭେଟି
ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। କିଡନୀ ରୋଗରେ ମୃତୁ୍ୟବରଣ କଲା ବ୍ୟକ୍ତି ହେଉଛନ୍ତି ସେହି ଗ୍ରାମର ଅଲେଖ ମାଝୀ,ଚକା ନନ୍ଦ ,ଭୀମସେନ କୁଅଁର, ଆତ୍ମା ଭୋଇ, ଶୁକଦେବ ଛତ୍ରୀଆ.
ଦ୍ରୌପଦୀ ସାହୁ. ଗରୁଡ଼ ଛତ୍ରୀଆ. ଲଳିତା ମାଝୀ. ଅର୍ଜୁନ ନନ୍ଦ। ଆଗାମୀ ଦିନରେ କିଡନୀ ରୋଗରେ ଲୋକେ ଆକ୍ରାନ୍ତ ନହେବା ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରିବା ଓ ବିଶୁଦ୍ଧ ପାନୀୟ ଜଳଯୋଗାଣ କରିବା ଏବଂ ମୃତକ ଙ୍କ ପରିବାର କୁ ସହାୟତା ଦେବା ପାଇଁ ଆମ ଆଦମୀ ପାର୍ଟି ପ୍ରଶାସନ କୁ ଜଣାଇଥିଲେ। ଯଦିଓ ଏହାର ସମାଧାନ ନହୁଏ ତାହେଲେ ଆଗାମୀ ଦିନରେ ଆମ ଆଦମୀ ପାର୍ଟି ରୁ ବ୍ଳକ କାର୍ଯ୍ୟାଳୟ ଘେରାଉ କରିବାକୁ ଆମ ଆଦମୀ ପାର୍ଟି ର ମୁଖପାତ୍ର ଆଶିଷ କୁମାର ପାଣ୍ଡେ ଚେତାବନୀ ଦେଇଛନ୍ତି।