-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ବକେୟା ଶସ୍ୟବୀମା ପ୍ରଦାନ ଓ ବିଜୟାନନ୍ଦ ଚିନିକଳ ଖୋଲିବା ଦାବୀ ନେଇ   କୋଶଳ ରାଜ୍ୟ ସମନ୍ୱୟ ସମିତିର ବିକ୍ଷୋଭ

06-Nov-2020



ବଲାଙ୍ଗୀର,(ପ୍ରେରଣା ଖବର)-  ଦେଓଗାଁ ବ୍ଲକର ଚାଷୀମାନେ ୨୦୧୮/୧୯ ଆର୍ଥିକ ବର୍ଷର ଶସ୍ୟବୀମା ଟଙ୍କା ପାଇନାହାଁନ୍ତି । ଏଭଳିକି ଅନେକ ଚାଷୀ ୨୦୧୭/୧୮ ଆର୍ଥିକ ବର୍ଷର ଶସ୍ୟବୀମାର କ୍ଷତିପୂରଣ ମଧ୍ୟ ପାଇନାହାଁନ୍ତି । ଗତ ୨ବର୍ଷ ଧରି ହେଉଥିବା ଲାଗ୍ ଲାଗ୍ ମରୁଡ଼ି ଓ ଏ ବର୍ଷ କରୋନା ଜନିତ ପରିସ୍ଥିତି ଚାଷୀମାନଙ୍କ ଅଣ୍ଟାକୁ ଭାଙ୍ଗି ଦେଇଛି । ଏଭଳି ସମୟରେ ଚାଷୀମାନେ ବୀମାରାଶି ନ ପାଇବା ଚାଷୀମାନଙ୍କ ମହଲରେ ନିରାଶା ସୃଷ୍ଟି କରିଛି । ତେଣୁ କୋଶଳ ରାଜ୍ୟ ସମନ୍ୱୟ ସମିତି ଦେଓଗାଁ ବ୍ଲକ କମିଟୀ ତରଫରୁ ଆଜି ଦେଓଗାଁ ତହସିଲ ଅଫିସ ସାମନାରେ ଗଣଧାରଣା ଓ ଗଣବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ତହସିଲଦାରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦୁଇ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ଏହାଛଡ଼ା ଦୀର୍ଘ ଦିନ ଧରି ଦେଓଗାଁ ସାଗର ପାଲି ସ୍ଥିତ ଚିନିକଳ ବନ୍ଦ ହୋଇ ରହିବାରୁ ତା ଉପରେ ନିର୍ଭର କରୁଥିବା ୧୦ ହଜାର ଆଖୁଚାଷୀ ଓ ୪୦୦ରୁ ଉର୍ଦ୍ଧ୍ୱ ଶ୍ରମଜୀବୀଙ୍କ ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ଏହି ଚିନି କଳ ଖୋଲା ଯିବା ସହ ଚାଷୀ ଓ ଶ୍ରମିକ ମାନଙ୍କୁ ଆବଶ୍ୟକୀୟ କ୍ଷତି ପୂରଣ ଦିଆଯାଉ ବୋଲି ମଧ୍ୟ ଏହି ଦାବୀପତ୍ରରେ ସ୍ଥାନିତ ହୋଇଛି । କୋଶଳ ରାଜ୍ୟ ସମନ୍ୱୟ ସମିତିର ଦେଓଗାଁ ବ୍ଲକ କମିଟୀର ଉପଦେଷ୍ଟା ଡ଼ା:ସୁଶାନ୍ତ ଚାନ୍ଦଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ଓ ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ କୋଶଳ ରାଜ୍ୟ ସମନ୍ୱୟ ସମିତିର ଦେଓଗାଁ ବ୍ଲକର ଅନ୍ୟତମ ଉପଦେଷ୍ଟା ଡ଼.ଶଶିଭୂଷଣ ସାହୁ, ଦେଓଗାଁ ବ୍ଲକ ଆବାହକ ଦେବରାଜ ସାହୁ,  ସମନ୍ୱୟ ସମିତିର କେନ୍ଦ୍ରୀୟ ଉପାଧ୍ୟକ୍ଷ ମନୋରଞ୍ଜନ ସାହୁ, ସାଧାରଣ ସଂପାଦକ ବିଭୁଦତ୍ତ ମିଶ୍ର. ବିଶିଷ୍ଠ ଶ୍ରମିକ ନେତା ରବି ମିଶ୍ର, କୋଶଳବାଦୀ ନେତା ରଣରାଜ ସିଂଦେଓ, କୋଶଳ ଯୁବ ସମନ୍ୱୟ ସମିତିର ନେତା ଅଚ୍ୟୁତ ସିପୁନ ଖମାରି, ଚାଷୀନେତା କମଳ ମେହେର, ବଷିଷ୍ଠ ବଗର୍ତ୍ତୀ,ମିତ୍ରଭାନୁ ବାରିକ, ଭବାନୀ ବଗର୍ତ୍ତୀ, ବିରାଟ ନାଏକ, ନରହରି ସାହୁ, ଅନଙ୍ଗ ଭୋଇ, ଶ୍ରୀବନ୍ତ ମେହେର, ଅରବିନ୍ଦ ପ୍ରଧାନ, କ୍ଷିରୋଦ୍ର ମେହେର, ପ୍ରଶାନ୍ତ ମେହେର, ରାଜକିଶୋର ଦଳେଇ, ଚିତ୍ତରଞ୍ଜନ ପ୍ରଧାନ, ଶିବରାମ ବିଶ୍ୱାଲ, ମେଘୁ ସେଠ୍‌, ନିରଞ୍ଜନ ପଧାନ, ମାନଭଞ୍ଜନ ଗଡ଼ତ୍ୟା, ପ୍ରଦିପ ପ୍ରଧାନ, ବୁନୁକୁ ବଗର୍ତ୍ତୀ, ଓ ଅନ୍ୟମାନଙ୍କ ସହିତ ବହୁ ଚାଷୀ ଓ ସଂଗଠକ ଏହି ଗଣ ବିକ୍ଷୋଭରେ ସାମିଲ ହୋଇଥିଲେ ।
କୋଭିଡ଼ କଟକଣାକୁ ଆଖି ଆଗରେ ରଖି କୋଶଳ ରାଜ୍ୟ ସମନ୍ୱୟ ସମିତି ତରଫରୁ ପ୍ରତିନିଧି ମୂଳକ ଭାବରେ ଏହି ଗଣଧାରଣା ବିକ୍ଷୋଭ ଆୟୋଜନ କରାଯାଇ ଦେଓଗାଁ ତହସିଲଦାରଙ୍କ ମାର୍ଫତରେ ମାନ୍ୟବର ମୁଖ୍ୟମନ୍ତୀଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା ।
ଆଗାମୀ ଦିନରେ ଦାବୀ ସମୂହ ଯଦି ତୁରନ୍ତ ପୂରଣ ନ ହୁଏ ତେବେ ଭୟାବହ ଚାଷୀ ଆନ୍ଦୋଳନ ହେବ ବୋଲି ସମନ୍ୱୟ ସମିତିର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । 
 

 

 


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like